ସମ୍ବଲପୁର : ନୂଆ କରି ବରଗଡ଼ ସାଂସଦ ନିର୍ବାଚିତ ହୋଇଥିବା ବରିଷ୍ଠ ନେତା ସୁରେଶ ପୂଜାରୀଙ୍କୁ ବିଜେପି ସଂସଦୀୟ ଦଳ କାର୍ଯ୍ୟନିର୍ବାହୀ କମିଟିରେ ସ୍ଥାନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଏହି ୨୫ ଜଣିଆ ଗୁରୁତ୍ବପୂର୍ଣ୍ଣ କମିଟିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଥାବର ଚନ୍ଦ ଗେହେଲୋଟ, ପୀୟୁଷ ଗୋୟଲଙ୍କ ଭଳି ବରିଷ୍ଠ ମନ୍ତ୍ରୀମାନେ ବିଭିନ୍ନ ଦାୟିତ୍ବରେ ରହିଛନ୍ତି। ଏହି କମିଟିରେ ମୋଟ ୧୨ ଜଣଙ୍କୁ ହ୍ବିପ୍ଭାବେ ନିଯୁକ୍ତ କରା ଯାଇଥିଲାବେଳେ ତନ୍ମଧ୍ୟରେ ସୁରେଶ ପୂଜାରୀ ରହିଛନ୍ତି। ତାଙ୍କୁ ଓଡ଼ିଶା ସମେତ ମଣିପୁର ଓ ତେଲେଙ୍ଗାନା ସାଂସଦମାନଙ୍କ ଦାୟିତ୍ବ ଦିଆଯାଇଛି। ଏହି ତିନି ରାଜ୍ୟରୁ ବିଜେପିର ୧୩ ଜଣ ସାଂସଦ (ଶ୍ରୀ ପୂଜାରୀଙ୍କୁ ମିଶାଇ) ଅଛନ୍ତି। ଶ୍ରୀ ପୂଜାରୀ ଦଳ ଓ ଏହି ସାଂସଦମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବେ। ନିଜର ନିଯୁକ୍ତିରେ ଶ୍ରୀ ପୂଜାରୀ ଆନନ୍ଦ ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ତାଙ୍କୁ ସ୍ଥାନ ମିଳିଥିବାରୁ ଦଳକୁ ଧନ୍ୟବାଦ ଦେଇଛନ୍ତି। ‘ସମ୍ବାଦ’ ସହ କଥାବାର୍ତ୍ତା ବେଳେ ସେ କହିଲେ, ପ୍ରଥମଥର ସାଂସଦ ହୋଇଥିଲେ ବି ଦଳ ତାଙ୍କ ଉପରେ ଭରସା ରଖି ଏକ ଦାୟିତ୍ବ ଦେଇଛି। ପ୍ରତିଟି ଦାୟିତ୍ବ ଏକ ସୁଯୋଗ ଓ ଏହି ସୁଯୋଗର ସଦବ୍ୟବହାର କରି ମୁଁ ଦଳ ଦେଇଥିବା କାମକୁ ଶ୍ରେଷ୍ଠ ଢଙ୍ଗରେ ତୁଲାଇବାକୁ ପ୍ରୟାସ କରିବି ବୋଲି ଶ୍ରୀ ପୂଜାରୀ କହିଥିଲେ। ୧୬ ତାରିଖରେ ଏହି କମିଟିର ପ୍ରଥମ ବୈଠକ ଅଛି ଓ ସେଠାରେ ଆମର କଣ ସବୁ ଦାୟିତ୍ବ ରହିବ ସେ ସଂପର୍କରେ ଚିତ୍ର ସ୍ପଷ୍ଟ ହେବ ବୋଲି ସେ କହିଥିଲେ। ଉଲ୍ଲେଖଯୋଗ୍ୟ, ଏହି ସଂସଦୀୟ କମିଟିରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀ ଓ ସାଂସଦଙ୍କୁ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟଭାବେ ରଖା ଯାଇଛି।
ବିଜେପି ସଂସଦୀୟ ଦଳ କାର୍ଯ୍ୟନିର୍ବାହୀ କମିଟିରେ ସୁରେଶ ପୂଜାରୀ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- KileWrart on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- GeorgeCop on ଜିଲ୍ଲା ଅବକାରୀ ବିଭାଗ ଚଢଉ, ୧୬ ଗିରଫ
- JustinIcole on ବରିଷ୍ଠ ଆଇଏଏସ୍ ଅଫିସର ଗଗନ ଧଳଙ୍କ ଇସ୍ତଫା
- Edwardweatt on ଦେବକି କୋଳରେ ଜନ୍ମ ନେଲେ କହ୍ନେଇ,କାଲିଠୁ କରିବେ ଲୀଳା !
- EdwardNug on ଭୁବନେଶ୍ୱର ଓ କଟକରେ ୬୫୦ ଶଯ୍ୟାବିଶିଷ୍ଟ କୋଭିଡ୍ ହସପିଟାଲ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ
