‘ବିଗ୍ ବସ୍ OTT 3’ ଟାଇଟଲ୍ ଜିତିଲେ ସାନା ମକବୁଲ, ଟ୍ରଫି ସହିତ ପାଇଲେ 25 ଲକ୍ଷ ଟଙ୍କା

Odisha Hot News
1 Min Read

ନୂଆଦିଲ୍ଲୀ: ଅଗଷ୍ଟ 2 ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ‘ବିଗ୍ ବସ୍ OTT 3’ର ଫାଇନାଲ୍ ରେ ସନା ମକବୁଲ୍ ସୋ’ର ଟ୍ରଫି କବଜା କରିଛନ୍ତି। ଫାଇନାଲ୍ ପାଇଁ ସନା ସମେତ ମୋଟ ପାଞ୍ଚ ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା। ତେବେ ଏଥିରେ ଅଭିନେତ୍ରୀ ସନା ମକବୁଲ୍ ଜିତିଛନ୍ତି। ଟ୍ରଫି ସହିତ ସନାଙ୍କୁ ମଧ୍ୟ 25 ଲକ୍ଷ ଟଙ୍କା ଟଙ୍କା ମିଳିଛି।

ଏମାନେ ଥିଲେ ଟପ୍- 5 ଫାଇନାଲିଷ୍ଟ:

ସନା ମକବୁଲଙ୍କ ବ୍ୟତୀତ ବିଗ୍ ବସ୍ OTT 3 ର ଶ୍ରେଷ୍ଠ- 5 ଫାଇନାଲିଷ୍ଟମାନେ ହେଲେ ରଣବୀର ଶୌରି, ନାଜି, ସାଇ କେତନ୍ ରାଓ, ସନା ମକବୁଲ୍ ଏବଂ କୃତିକା ମଲିକ୍। ବିଗ୍ ବସ୍ OTT 3 ର ଟ୍ରଫି ପାଇଁ ସେମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା। ତେବେ ସେ ବିଗ୍ ବସ୍ OTT 3 ର ବିଜେତା ହୋଇଛନ୍ତି।

ଚମକୁଥିବା ଟ୍ରଫି ସହିତ 25 ଲକ୍ଷ ଟଙ୍କା ମିଳିଲା:

ସନା ମକବୁଲ କେବଳ ଚମକୁଥିବା ଟ୍ରଫି ପାଇନାହାଁନ୍ତି ବରଂ ଏହା ସହିତ ତାଙ୍କୁ 25 ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ଦିଆଯାଇଛି। ବିଗ୍ ବସ୍ OTT 3 ର ବିଜେତା ହେବା ପରେ ସେ ବହୁତ ଖୁସି ଦେଖାଯାଉଥିଲେ। ଏବେ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇବାରେ ବ୍ୟସ୍ତ ଅଛନ୍ତି।

Share This Article