ରାଜ୍ୟପାଳ ପୁଅଙ୍କ ମାଡ ପ୍ରସଂଗରେ ହଟ୍ଟଗୋଳ, ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେଡି ବିଧାୟକ

Odisha Hot News
1 Min Read

ଭୁବନେଶ୍ବର: ଧିରେ ଧିରେ ରାଜ୍ୟପାଳଙ୍କ ପୁଅ ଓଡିଆ କର୍ମଚାରୀଙ୍କୁ ମାଡ ମାରିବା ଘଟଣା ନୂଆ ମୋଡ ନେବାରେ ଲାଗିଛି। ଆଜି ଏହି ପ୍ରସଂଗକୁ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇଛି। ଏପରିକି ବିଜେଡି ବିଧାୟକ ବାଚସ୍ପତିଙ୍କ ଟେବୁଲ ଉପରେ ଚଢି ତାଙ୍କ ମାଇକ ଭାଙ୍ଗି ଦେଇଛନ୍ତି। ତୁରନ୍ତ ରାଜ୍ୟପାଳ ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ ବୋଲି ଗୃହରେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଦାବୀ କରିଛନ୍ତି।

ଆଜ ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ ନିଜ ଆସନ ପାଖରେ ଛିଡା ହୋଇ ପ୍ରତିବାଦ କରିଥିଲେ। ଏହାପରେ ସମସ୍ତେ ଗୃହ ମଧ୍ୟ ଭାଗକୁ ଆସି ରାଜ୍ୟପାଳ ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠ କେବେ ବୋଲି ନାରାବାଜି ଦେଇଥିଲେ। ଫଳରେ ବାଚସ୍ପତି ଗୃହକାର୍ଯ୍ୟକୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ଏହାପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ସେହିପରି ହଟ୍ଟଗୋଳ କରିଥିଲେ। ଏପରିକି ବିଜେଡି ବିଧାୟକ ଧ୍ରୁବ ସାହୁ ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢି ତାଙ୍କ ମାଇକ ଭାଙ୍ଗି ଦେଇଥିଲେ। ଏପରି ପରିସ୍ଥିତିରେ ବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ କାର୍ଯ୍ୟକୁ ମୁଲତବି ଘୋଷଣା କରିଛନ୍ତି।

Share This Article