ସାଇକେଲରେ ବିଧାନସଭା ଆସିଲେ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଜାଣନ୍ତୁ କାହିଁକି ?

Odisha Hot News
1 Min Read

ଭୁବନେଶ୍ବର: ଆଜିଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେସନ ଆରମ୍ଭ ହୋଇଛି। ଏଥିରେ ରାଜ୍ୟପାଳ ରଘୁବର ଦାସ ନିଜର ଅଭିଭାଷଣ ରଖିଛନ୍ତି। ନୂଆ ସରକାରର ନୂଆ ଅଧିବେସନ ହୋଇଥିବାରୁ ବିଧାୟକଙ୍କ ମନରେ ବେଶ ଉତ୍ସାହ ଦେଖା ଦେଇଛି। କେତେକ ବିଧାୟକ ବିଧାନସଭା ଭିତରକୁ ପ୍ରବେଶ ପୂର୍ବରୁ ମୁଣ୍ଡିଆ ମାରୁଥିବାର ମଧ୍ୟ ପରିଲକ୍ଷିତ ହୋଇଛି।

ତେବେ ସମସ୍ତଙ୍କଠାରୁ ନିଆରା ଥିଲେ ବିଜେପିର ଦିଗପହଣ୍ଡି ବିଧାୟକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର। ସେ ଏକ ଭିନ୍ନ ଢଙ୍ଗରେ ଓଡିଶା ବିଧାନସଭାକୁ ପ୍ରବେଶ କରିଥିଲେ। ସେ ଏକ ଦାମୀ ସାଇକେଲରେ ଆଜି ବିଧାନସଭାକୁ ପ୍ରବେଶ କରିଥିଲେ। ମୁଣ୍ଡର ହେଲମେଟ ପିନ୍ଧି ସେ ବିଧାନସଭା ପରିସରକୁ ଆସିବା ପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ତେବେ ଆଜି ନୁହେଁ ଶପଥ ନେବା ବେଳେ ମଧ୍ୟ ସିଦ୍ଧାନ୍ତ ସେହି ସାଇକେଲର ବିଧାନସଭା ଆସିଥିଲେ। ସେତେବେଳେ ତାଙ୍କୁ ସାଇକେଲରେ କାହିଁକି ଆସୁଛନ୍ତି ବୋଲି ପଚରା ଯାଇଥିଲା। ସେତେବେଳେ ସେ କହିଥିଲେ ଯେ, ମୋ ଘର ବିଧାନସଭାରୁ ମାତ୍ର ଅଳ୍ପ ଦୂରରେ ଅଛି। ଏହି କମ ରାସ୍ତା ପାଇଁ କାହିଁକି କାର ଆଣିବି ବୋଲି ଭାବି ସାଇକେଲରେ ଆସିଛି। ଅନ୍ୟପକ୍ଷରେ ସାଇକେଲ ଚଲାଇବା ଦ୍ବାରା ପରିବେଷ ସୁରକ୍ଷିତ ରହିବା ସହିତ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ ବୋଲି ସିଦ୍ଧାନ୍ତ କହିଛନ୍ତି।

Share This Article