ବିପଦ ଶଙ୍କୁଳ ଅବସ୍ଥାରେ ମନ୍ଦାକିନୀ ସେତୁ: ଡାଇଭର୍ସନ ରୋଡ ପାଲଟିଛି ମରଣଯନ୍ତା

Odisha Hot News
1 Min Read

ରଣପୁର: ରଣପୁରରୁ ରାଜସୁନାଖଳାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ଚମ୍ପତିପୁର ଛକ ନିକଟରେ ମନ୍ଦାକିନୀ ସେତୁ ନିର୍ମାଣାଧିନ ଅବସ୍ଥାରେ ରହିଥିବା ହେତୁ ଏହାର ପାର୍ଶ୍ଵ ଦେଇ ଯାତାୟାତର ସୁବିଧା ପାଇଁ ଏକ ଡାଇଭର୍ସନ ରୋଡର ବ୍ୟବସ୍ଥା କରାଯାଇଥିଲା।

ଅସ୍ଥାୟୀ ଭାବେ ନିର୍ମିତ ହୋଇଥିବା ଏହି ଡାଇଭର୍ସନ ରୋଡଟି ଲଗାଣ ବର୍ଷା ଯୋଗୁଁ ଅଧିକାଂଶ ସ୍ଥାନ ଧୋଇ ହୋଇ କେତେକ ସ୍ଥାନରେ ଫାଟ ସୃଷ୍ଟି ହେବା ସହ ରାସ୍ତା ଦବିଯାଇଥିବା ହେତୁ ଯାତାୟାତ ଅନୁପଯୋଗୀ ହୋଇଛି। ଫଳରେ ଏହି ରାସ୍ତା ଦେଇ ଭାରୀ ଯାନ ଗୁଡିକ ଯାତାୟାତ କରିବା ସମୟରେ ଏଣେତେଣେ ହେଉଥିବା ହେତୁ ଅପର ପାଶ୍ୱର୍ରୁ ଆସୁଥିବା ଗାଡି ମଟର ଆରୋହୀ ମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏପରିକି ଗାଡିଟି ଯାଇସାରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି।

ରାସ୍ତା ଶୁଖିଲା ଥିବା ସମୟରେ ପୂର୍ବରୁ ଏହି ରାସ୍ତାରେ ଅନେକ ବାର ଦୁର୍ଘଟଣା ମାନ ଘଟିଥିଲେ ମଧ୍ୟ ବର୍ଷା ଋତୁ ଆରମ୍ଭରୁ ଗୋଟିଏ ବର୍ଷାରେ ଯେଉଁଭଳି ଅବସ୍ଥା ସୃଷ୍ଟି ହୋଇଛି ତାହା ପ୍ରତିଦିନ ଯାତାୟାତ ପାଇଁ ନିର୍ଭର କରୁଥିବା ବାଟୋଇ ମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। କେଉଁ ସମୟରେ ଏହି ରାସ୍ତାରେ ବଡ ଧରଣର ଦୁୁର୍ଘଟଣା ଘଟିବାର ସମ୍ଭାବନା କୁ ଏଡାଇ ଦିଆଯାଇନପାରେ। ପ୍ରଶାସନ ତରଫରୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହେଉଛି।

Share This Article