୨୦୨ ବଣ୍ଡଲ କେନ୍ଦୁପତ୍ର ସହ ପିକ‌ଅପ ଭ୍ୟାନ ଜବତ

Odisha Hot News
1 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଗିରିଧିଖମଣ ଗ୍ରାମରୁ ଆଜି ଭୋରରୁ ୨୦୨ ବଣ୍ଡଲ କେନ୍ଦୁପତ୍ର ଜବତ କରିଛି ବନବିଭାଗ।

ସୂଚନାଯୋଗ୍ୟ ଯେ, ଚାରମାଳ ଅଞ୍ଚଳରୁ ଏକ ପିକ‌ଅପ ଭ୍ୟାନରେ ବେଆଇନ ଭାବରେ ପଶ୍ଚିମବଙ୍ଗ ରାଜ୍ୟକୁ ଚାଲାଣ ହେଉଥିବା ସମୟରେ ବନ ବିଭାଗ ଖବର ପାଇ ଏସି‌ଏଫ ଗଜେନ୍ଦ୍ର କୁମାର ଅନଦାଜାଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରି ବେଆଇନ ଭାବେ ଚାଲାଣ ହେଉଥିବା ୨୦୨ ବଣ୍ଟଲ କେନ୍ଦୁପତ୍ର ସହ ଏକ ପିକ‌ଅପ ଭ୍ୟାନକୁ ଜବତ କରିଥିଲା।

ତେବେ ଚଢ଼ାଉ ସମୟରେ ମାଫିଆ ମାନେ ଫେରାର ହୋଇଯାଇଛନ୍ତି। ଏହି ଚଢ଼ାଉ ରେ ଏସିଏଫ ମୈତ୍ରୀ ମଞିତ ବିଶ୍ଵାଳ, ବଡ଼ମାଳ ରେଞ୍ଜ ଅଧିକାରୀ ପ୍ରଦୀପ ସେଠୀ, ଫରେଷ୍ଟର ବିଜୟ କୁମାର ବିଶ୍ବାଳ ଓ ଫରେଷ୍ଟ ଗାର୍ଡ ଅଜିତ କୁମାର ସାହୁ ସାମିଲ ହୋଇଥିଲେ।

Share This Article