ମନମୋହନ ସାମଲଙ୍କୁ ମିଳିବ ବଡ ଦାୟିତ୍ବ, ପ୍ରଥମ ଥର ପାଇଁ ହେବେ ଅଧ୍ୟକ୍ଷ

Odisha Hot News
1 Min Read

ଭୁବନେଶ୍ବର: ବିଜେପି ସଭାପତି ତଥା ଦଳର ବରିଷ୍ଠ ନେତା ମନମୋହନ ସାମଲଙ୍କୁ ମିଳିବ ବଡ ଦାୟିତ୍ବ। ସେ ହେବେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହୁଥିବା ବେଳେ ଅନ୍ୟ ଜଣେ ରାଜନେତା ଉପାଧ୍ୟକ୍ଷ ହୋଇଥାନ୍ତି। ହେଲେ ନିୟମ ରହିଛି ଯେ ଯଦି ମୁଖ୍ୟମନ୍ତ୍ରୀ ଚାହିଁବେ ତେବେ ସେ ଅଧ୍ୟକ୍ଷ ନ ରହି ଅନ୍ୟ ଜଣଙ୍କୁ ସେ ଦାୟିତ୍ବ ଦେଇପାରିବେ। ସେହି ଅନୁସାରେ ପ୍ରଥମ ଥର ପାଇଁ ମନମୋହନଙ୍କୁ ବୋର୍ଡର ଉପାଧ୍ୟକ୍ଷ ନୁହେଁ ଅଧ୍ୟକ୍ଷ କରାଯିବ।

ଏଥିରେ ମନମୋହନଙ୍କୁ କ୍ୟାବିନେଟ ପ୍ୟାହା ସହିତ ସମସ୍ତ ସରକାରୀ ସୁବିଧା ସୁଯୋଗ ମିଳିବ। ଗତକାଲି ରାଜ୍ୟ ସରକାର ଯୋଜନା ବୋର୍ଡକୁ ଭାଙ୍ଗି ଦେଇଥିଲେ। ଏହି ବୋର୍ଡରେ ଦୀର୍ଘ ବର୍ଷ ଧରି କେହି ହେଲେ ଉପାଧ୍ୟକ୍ଷ ନ ଥିଲେ। ଏପରିକି ବୋର୍ଡର ସଦସ୍ୟ ସଂଖ୍ୟା ମଧ୍ୟ ପୂରଣ କରାଯାଇ ନ ଥିଲା। ଶେଷ ଥର ପାଇଁ ସଂଜୟ ଦାସ ବର୍ମା ବୋର୍ଡର ଉପାଧ୍ୟକ୍ଷ ଥିଲେ।

Share This Article