କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ସଚିବାଳୟ ସେବା ସଂଘ

Odisha Hot News
1 Min Read

ଭୁବନେଶ୍ବର: ଧିରେଧିରେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ରାଜଭବନ କର୍ମଚାରୀଙ୍କୁ ମାଡ ମାରିବା ଘଟଣା ନୂଆ ମୋଡ ନେବାରେ ଲାଗିଛି। ଆଜି ଏ ନେଇ କ୍ଷୋଭ ପ୍ରକାଶ କରିଛି ଓଡିଶା ସଚିବାଳୟ ସେବା ସଂଘ। ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ମାଡଖାଇଥିବା କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସଂଘ ଅନୁରୋଧ କରିଛି।

ସଂଘ ଚିଠିରେ ଉଲ୍ଲେଖ କରିଛି ଯେ, ସଚିବାଳୟ ସେବା ସଂଘର କର୍ମଚାରୀ ସବୁବେଳେ ଲୋକଙ୍କ ସେବା କରିବାରେ ନିୟୋଜିତ ଅଛନ୍ତି। ସରକାରଙ୍କ ଡେପୁଟେସନ ନିୟମରେ ରାଜଭବନରେ ଆମର ଜଣେ ଏଏସଓ ଶ୍ରୀ ବୈକୁଣ୍ଠ ପ୍ରଧାନ କାର୍ଯ୍ୟ କରୁଥିଲେ। ହେଲେ ରଥଯାତ୍ରା ବେଳେ ପୁରୀ ରାଜଭବନରେ ରାଜ୍ୟପାଳଙ୍କ ପୁଅ ଶ୍ରୀ ପ୍ରଧାନଙ୍କୁ ମାଡ ମାରିଛନ୍ତି।

ଜଣେ କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା କେତେଦୂର ଯୁକ୍ତିଯୁକ୍ତ ତାହା ବିଚାର କରାଯାଉ। ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ ଆମ କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ସଂଘ ଦାବୀ କରିଛି।

Share This Article