ଦାମି ଗାଡ଼ିରୁ ଦେଶୀ ମଦ ଜବତ, ଚାଲାଣ କାରୀ ଗିରଫ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ସୁମଣ୍ଡଳ ରାସ୍ତାରେ ଏକ ଦାମି ଗାଡ଼ିକୁ ଅଟକାଇ ବେଗୁନିଆ ପଡ଼ା ଥାନା ପୋଲିସ୍ ସଦଳବଳେ ଚଢାଉ କରିଛି। ଯେଉଁଥିରୁ ୧୨୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ଚାଲାଣରେ ଅନ୍ତର୍ଭୁକ୍ତ ଜିତୁ ଶବର ନାମକ ଜଣେ ଯୁବକକୁ ପୋଲିସ ଅଟକ ରଖି ଜେରା କରୁଛି।

ଖଲିକୋଟ ଥାନା ଅନ୍ତର୍ଗତ ଗୁଣ୍ଡୁରିପାଲି ମାଳ ଅଞ୍ଚଳରୁ ଉକ୍ତ ରନ୍ଧା ମଦ ବାହାରକୁ ଚାଲାଣ ହେଉଥିବା ଜିତୁ ଶବର ଠାରୁ ପ୍ରକାଶ। ଗାଡ଼ି ଓ ମଦକୁ ଜବତ କରିବା ସହ ଅଭିଯୁକ୍ତ ଜିତୁକୁ କୋର୍ଟ ଚାଲାଣ କରାଯିବ ବୋଲି ବେଗୁନିଆ ପଡ଼ା ଥାନା ଅଧିକାରୀ ଜଣାଇଛନ୍ତି।

Share This Article