ପୂର୍ବତଟ ରେଳପଥ ପକ୍ଷରୁ ପରିଚାଳନା କ୍ଷେତ୍ରରେ କର୍ମଚାରୀଙ୍କ ଅଂଶଗ୍ରହଣ ବୈଠକ

Odisha Hot News
1 Min Read

ଭୁବନେଶ୍ୱର: ପରିଚାଳନା କ୍ଷେତ୍ରରେ କର୍ମଚାରୀ/ଶ୍ରମିକମାନଙ୍କ ଅଂଶଗ୍ରହଣର ଏକ ଅଂଶ ଭାବରେ ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ, ରେଳ ସଦନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ମିଳିତ ଭାବରେ ଅଧିକ ପ୍ରଭାବଶାଳୀ ମାଧ୍ୟମରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଥିବା ଏହି ବୈଠକରେ ସ୍ୱୀକୃତିପ୍ରାପ୍ତ ଶ୍ରମିକ ସଂଗଠନ/ଟ୍ରେଡ ୟୁନିଅନ, ଅଧିକାରୀ ସଂଘ ଏବଂ ଆରପିଏଫ ସଂଗଠନର ପ୍ରତିନିଧୀଙ୍କ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ପରିଚାଳନା କ୍ଷେତ୍ରରେ କର୍ମଚାରୀଙ୍କ ଅଂଶଗ୍ରହଣ ବୈଠକର ଧାରଣା ରେଳବାଇ ପାଇଁ ଅତୁଳନୀୟ ଏବଂ ସଂଗଠନର ଜୀବନ୍ତ ତଥା ପରିପକ୍ୱ ଶିଳ୍ପ ସମ୍ପର୍କର ଏକ ପ୍ରମାଣ ଭାବରେ ଛିଡା ହୋଇଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଏହି ବୈଠକରେ ଅଧ୍ୟକ୍ଷତା କରି ରେଳ ଚଳାଚଳ ବୃଦ୍ଧିରେ ସହଯୋଗୀ ପ୍ରୟାସର ପ୍ରମୁଖତା ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ। ରେଳ ବ୍ୟବସ୍ଥାରେ ବିଭିନ୍ନ ପରିଚାଳନଗତ ଅଞ୍ଚଳରେ କୃତିମ ବୁଦ୍ଧିମାତାର ବ୍ୟବହାରକୁ ଆକଳନ କରିବା ପାଇଁ ଏକ ସମ୍ପୂର୍ଣ୍ଣ ବିଚାର ବିମର୍ଶ କରାଯାଇଥିଲା।

ଏହି ବୈଠକରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରାଙ୍କ ସହିତ ରେଳପଥର ବିଭିନ୍ନ ବିଭାଗର ବିଭାଗୀୟ ପ୍ରମୁଖ ଅଧିକାରୀ ମାନେ ମଧ୍ୟ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଉପ ମହାପ୍ରବନ୍ଧକ କୌଶଳେନ୍ଦ୍ର କିଶୋର ଖଡଙ୍ଗା ସଂଯୋଜନା କରି ସୁଗମ ତଥା ଫଳପ୍ରଦ ଆଲୋଚନାକୁ ସୁନିଶ୍ଚିତ କରିଥିଲେ।

Share This Article