ଚିଲିକାରେ ଚାଉଳ ବଣ୍ଟନ ରାଜନୀତି: ଜାତୀୟ ରାଜପଥ ଅବରୋଧ କଲେ ବିଜେଡି ନେତା ଓ କର୍ମୀ

Odisha Hot News
1 Min Read

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ବ୍ଲକ ଆଙ୍କୁଲା ପଞ୍ଚାୟତରେ କିଛି ଦିନ ହେବ ଦେଖା ଦେଇଛି ଚାଉଳ ବଣ୍ଟନ ରାଜନୀତି। ଚାଉଳ ବାଣ୍ଟିବାପାଇଁ ଯୋଗାଣ ସହାୟକ ଥିବାବେଳେ ଅନ୍ୟ ଦୁଇଜଣଙ୍କୁ ସରପଞ୍ଚ ରଖିଛନ୍ତି। ବିଜେପିର କିଛି ଲୋକଙ୍କୁ ରଖିବାପାଇଁ ବିଜେପି କର୍ମୀ ଅନୁରୋଧ କରିଥିଲେ। କିଛି ଫଳପ୍ରଦ ନହେବାରୁ ଗତ ଛ ଦିନ ହେବ ପଞ୍ଚାୟତ ଅଫିସରେ ବିଜେପି କର୍ମୀ ତାଲା ପକାଇଥିବା ଅଭିଯୋଗ କରୁଛନ୍ତି ବିଜେଡି ନେତା।

ଏଥିରେ ପ୍ରଶାସନକୁ ଅବଗତ କରେଇବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିଲା।

ଆଜି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସମେତ ବିଜେଡି ନେତା ଓ କର୍ମୀ ୧୬ ନଂ ଜାତୀୟ ରାଜପଥ ବ୍ରାହ୍ମଣ କୁଶଡିହ ଛକ ଅବରୋଧ କରିଛନ୍ତି। ଦୀର୍ଘ ଏକଘଣ୍ଟା ଧରି ରାସ୍ତା ବନ୍ଦ ଥିବାରୁ ଦୁଇ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା। ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।

ପୋଲିସ ପ୍ରଶାସନ ଓ ବିଡିଓ ଙ୍କ ହସ୍ତକ୍ଷେପ ପରେ ଜାତୀୟ ରାଜପଥରୁ ରାସ୍ତା ରୋକ୍ ପ୍ରତ୍ୟାହୃତ ହୋଇଥିଲା। ତାପରେ ସ୍ୱାଭାବିକ ଭାବେ ଗାଡ଼ି ଚଳାଚଳ ଆରମ୍ଭ ହୋଇଥିଲା।

Share This Article