ପୁରୀରେ ଆଡପ ମଣ୍ଡପ ବିଜେ ବେଳେ ବଡ ଅଘଟଣ, ଚାରମାଳ ଉପରେ ଖସିପଡିଲେ ବଡ ଠାକୁର

Odisha Hot News
1 Min Read

ପୁରୀ: ଆଜି ରଥଯାତ୍ରାରେ ବଡ ଅଘଟଣ ପରିଲକ୍ଷିତ ହୋଇଛି। ଆଜି ସଂଧ୍ୟାରେ ତିନିଠାକୁର ଆଡପ ମଣ୍ଡପ ବିଜେ ବେଳେ ଏହି ଅଘଟଣ ଘଟିଛି। ଏଥିରେ ପ୍ରଭୃ ବଳଭଦ୍ର ଆଡପ ମଣ୍ଡପକୁ ବିଜେ କରୁଥିବା ବେଳେ ଚାରମାଳ ଉପରେ ଖସିପଡିଛନ୍ତି। ସେବାୟତଙ୍କ ଉପରେ ପ୍ରଭୃ ମାଡିବସିବାରୁ କେତେକ ଆହତ ହୋଇଥିବାର ସୂଚନା ମିଳିଛି। ସେମାନଙ୍କୁ ଆମ୍ବୁଲାନସ ଯୋଗେ ଡାକ୍ତରଖାନାକୁ ନିଆଯାଇଛି।

ଘଟଣାରୁ ଜଣାପଡିଛି ଯେ, ସେବାୟତମାନେ ରଥ ଉପରୁ ପ୍ରଭୃ ବଳଭଦ୍ରଙ୍କୁ ଆଡପ ମଣ୍ଡପକୁ ବିଜେ କରାଉଥିଲେ। ସେମାନେ ରଥ ଉପରୁ ପହଣ୍ଡି କରି ଚାରମାଳ ଉପରକୁ ଆଣିଥିଲେ। ଏହାପରେ ପ୍ରଭୃ କୌଣସି କାରଣରୁ ଖସିପଡି ଆଗକୁ ଘୋଷାଡି ହୋଇ ମୁହଁ ମାଡି ପଡିଗଲେ। ପ୍ରଭୃ ସେବାୟତଙ୍କ ଉପରେ ମାଡି ବସିଲେ। ତେବେ ଏପରି ଅଘଟଣର କାରଣ କଣ ତାହା ଜଣାପଡି ନାହିଁ।

ହେଲେ ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

Share This Article