ଓଡିଶାରେ ବିଜେପିର ବରିଷ୍ଠ ନେତା ଅରୁଣ ସିଂ, ରାଜ୍ୟ କର୍ମକର୍ତ୍ତାଙ୍କ ବୈଠକରେ ଫୁଙ୍କିଲେ ମନ୍ତ୍ର

Odisha Hot News
1 Min Read

ଭୁବନେଶ୍ୱର: ଓଡ଼ିଶାରେ ନିର୍ବାଚନ ସରିଛି ଓ ବିଜେପି ଏକାକି ସରକାର ଗଠନ କରିଛି । ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତାମାନେ ଅକ୍ଳାନ୍ତ ପରିଶ୍ରମ କରିଥିଲେ, ସେମାନଙ୍କ ଉଦ୍ୟମ ଯୋଗୁଁ ଓଡ଼ିଶାରେ ବିଜେପି ପ୍ରଥମ ଥର ପାଇଁ ଏକାକି ସରକାର ଗଠନ କରିବାକୁ ସକ୍ଷମ ହୋଇଛି।

ଏବେ ଓଡ଼ିଶାରେ “ଡବଲ ଇଞ୍ଜିନ” ସରକାର ହୋଇଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓ ମାର୍ଗଦର୍ଶନରେ ଓଡ଼ିଶା ଖୁବଶୀଘ୍ର ଦେଶର ଏକ ନମ୍ବର ରାଜ୍ୟରେ ପରିଣତ ହେବ। ଓଡ଼ିଶାର ବିକାଶ ପାଇଁ ମୋଦିଜୀ ସର୍ବଦା ବଦ୍ଧପରିକର ଅଛି ବୋଲି ପୂର୍ବତନ ରାଜ୍ୟ ପ୍ରଭାରୀ ତଥା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ଅରୁଣ ସିଂହ କହିଛନ୍ତି।

ଶ୍ରୀ ସିଂହ କହିଛନ୍ତି ଯେ, ତୃଣମୂଳସ୍ତରରେ ପାର୍ଟିକୁ ଅଧିକ ସୁଦୃଢ଼ କରିବା ପାଇଁ ଉଦ୍ୟମ ଜାରି ରହିଛି। କାର୍ଯ୍ୟକର୍ତା ଓ ନେତାମାନେ ଉତ୍ସାହର ସହ କାର୍ଯ୍ୟ କରୁଛନ୍ତି ଓ ଓଡ଼ିଶାବାସୀଙ୍କ ସେବାରେ ମନନିବେଶ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନାଗୁଡିକ ଓଡ଼ିଶାର ଘରେ ଘରେ ପହଂଚାଇବାକୁ ଶ୍ରୀ ସିଂହ କାର୍ଯ୍ୟକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି।

ଗତକାଲି ଶ୍ରୀ ସିଂହ ପୁରୀ ଯାଇ ରଥାରୁଢ ମହାପ୍ରଭୁ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ସମେତ ଅନେକ ବରିଷ୍ଠ ଓ ପୁରାତନ ନେତା, କର୍ମୀଙ୍କୁ ଭେଟି ସଂଗଠନ ବିଷୟରେ ଆଲୋଚନା କରିଛନ୍ତି।

Share This Article