ରତ୍ନଭଣ୍ଡାର କମିଟିର ବଡ ନିଷ୍ପତ୍ତି: ଆସନ୍ତା ୧୪ ରେ ଖୋଲିବ ତାଲା

Odisha Hot News
0 Min Read

ପୁରୀ: ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ବଡ ଖବର ଆସିଛି। ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯିବ ବୋଲି ନିଷ୍ପତ୍ତି ହୋଇଛି। ଆଜି ରତ୍ନଭଣ୍ଡାର କମିଟିର ବୈଠକରେ ଏହି ବଡ ନିଷ୍ପତ୍ତି ହୋଇଛି।

ତେବେ ଚାବି କାମ ନଦେଲେ ମଧ୍ୟ ଯେକୌଣସି ଉପାୟରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବାକୁ ନିଶ୍ଚିତ ହୋଇଛି। ଏନେଇ ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ ଜଷ୍ଟିସ ରଘୁନାଥ ରଥ ସୂଚନା ଦେଇଛନ୍ତି।

ତେବେ କମିଟିର ନିଷ୍ପତ୍ତି ରାଜ୍ୟ ସରାକରଙ୍କୁ ଅବଗତ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ ବୋଲି ଜଣାପଡିଛି।

Share This Article