ରଣପୁର: ରଥଯାତ୍ରା ପାଇଁ ଜାରିହେଲା ସ୍ୱତନ୍ତ୍ର ଟ୍ରାଫିକ ନିୟମ

Odisha Hot News
1 Min Read

ରଣପୁର: ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରାଫିକ କଟକଣା ଜାରି କରିଛନ୍ତି ନୟାଗଡ ଜିଲ୍ଲା ଏସ.ପି. ରାହୁଲ ଜୈନ।  ରଥଯାତ୍ରା ସମୟରେ ରଣପୁର ବଡଦାଣ୍ଡ ଦେଇ ଟ୍ରକ, କାର ଆଦି ଚାରି ଚକିଆ ଯାନବାହାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଭାରି ଯାନବାହାନ ବାଇପାସ ରାସ୍ତା ଦେଇ ଯିବା ପାଇଁ ସ୍ଥିର କରାଯାଇଛି।

ଆଜି ଅପରାହ୍ନରେ ଏସ.ପି. ନିଜେ ଆସି ରଣପୁର ରଥ ପଡିଆ, ରଥ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ଏହି ସମୟରେ ତାଙ୍କ ସହିତ ରଣପୁର ତହସିଲଦାର ରବିନ ଚର୍ଚ୍ଚିଲ ମିଶ୍ର, ବିଜ୍ଞାପିତ ପରିଷଦ ଅଧିକାରୀ ରଞ୍ଜନ କୁମାର ଦାଶ, ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି, ମନ୍ଦିର ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନଙ୍କ ସମେତ ପୂଜା ପଣ୍ଡା, ରଥ ମହାରଣାମାନେ ଉପସ୍ଥିତ ଥିଲେ।

Share This Article