ଓଡ଼ିଆ ଓଟିଟି “କଞ୍ଚା ଲଙ୍କା” ରେ “ଓଡିଶା କବାଡ଼ି ଚାମ୍ପିୟନଶିପ”

Odisha Hot News
3 Min Read

ଭୁବନେଶ୍ଵର: ଓଡ଼ିଶାର ପ୍ରଥମ ଓଡିଆ ମନୋରଞ୍ଜନ ଓଟିଟି ପ୍ଲାଟଫର୍ମ “କଞ୍ଚା ଲଙ୍କା” ସର୍ବପ୍ରଥମ ଥର ପାଇଁ କବାଡି ଚାମ୍ପିଅନସିପ୍ ଆରମ୍ଭ କରିବାକୁ ଯାଉଛି। ଯାହାର ନାମ “ଓଡିଶା କବାଡି ଚାମ୍ପିଅନସିପ” ରଖା ଯାଇଛି! ଏହା ଆମ ଓଡିଶା କ୍ରୀଡା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ। ଯେଉଁମାନେ ଜାତୀୟ ସ୍ତରରେ କବାଡିକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଏହି ବିଶାଳ ଇଭେଣ୍ଟ ରେ ଭାଗନେବେ ରାଜ୍ୟର ଭିନ୍ନ ଭିନ୍ନ ଭୌଗୋଳିକ ପ୍ରାନ୍ତରୁ 16 ଟି ଟିମ। ଯେଉଁଥିରେ ପ୍ରଦର୍ଶିତ ଓ ପ୍ରୋତ୍ସାହିତ ହେବ ସେହି ଅଞ୍ଚଳର କ୍ରୀଡା ନିପୁଣତା ଓ ସାମାଜିକ ଏକତା।

ଏହି ଚାମ୍ପିୟନଶିପ ରୋଚକ ଶୁଭାରମ୍ଭ ହେବ ପୁଲ ସିରିଜ ସହିତ, ଏହାପରେ କ୍ୱାର୍ଟରଫାଇନାଲ, ସେମିଫାଇନାଲ ଓ ଗ୍ରାଣ୍ଡ ଫାଇନାଲ ପର୍ଜାୟରେ ପହଂଚିବ। ଯେଉଁଥିରେ କ୍ରୀଡାପ୍ରେମୀ ଦର୍ଶକମାନେ ଉପଭୋଗ କରି ପାରିବେ ଟାଇଟଲ ଜିତିବା ପାଇଁ ଟିମଗୁଡିକର କ୍ରୀଡା କୌଶଳ, ରଣନୀତି ଓ ମୁକାବିଲାର ମହାସମର।

ଚାମ୍ପିୟନଶିପ ମୁକ୍ଷାଂଶ:

ଏହି ଚାମ୍ପିୟନଶିପ ମୁଖ୍ୟଉଦ୍ଦେଶ୍ୟ ଓଡ଼ିଶାର ଷୋହଳଟି ଭୌଗୋଳିକ ପ୍ରାନ୍ତରୁ ଆସିଥିବା କ୍ରୀଡାବିତ ମାନଙ୍କ ମଧ୍ୟରେ ଭିନ୍ନତା ଭିତରେ ଏକତାର ଭାବକୁ ଆହୁରି ମଜବୁତ କରିବା।

ମ୍ୟାଚ ପ୍ରଣାଳୀ:

ଏହି ଓଡିଶା କବାଡ଼ି ଚାମ୍ପିୟନଶିପ ପ୍ରଥମେ ଭିନ୍ନ ଭିନ୍ନ ଦଳ ମଧ୍ୟରେ ପୁଲ ମ୍ୟାଚ ଖେଳା ଯିବା ପରେ କ୍ୱାର୍ଟର ଫାଇନାଲ , ସେମି ଫାଇନାଲ ଓ ଏକ ରୋମାଞ୍ଚକ ଗ୍ରାଣ୍ଡ ଫାଇନାଲ ପର୍ଜାୟରେ ଖେଳାଯିବ।

ଲାଇଭ କଭରେଜ :

ଏହି ଓଡିଶା କବାଡ଼ି ଚାମ୍ପିୟନଶିପ ପ୍ରତିଟି ମ୍ୟାଚ ‘ କଞ୍ଚା ଲଙ୍କା ‘ ଓଟିଟି ଆପରେ ଲାଇଭ ଷ୍ଟ୍ରିମିଙ୍ଗ ହେବ ଯାହାଫଳରେ କ୍ରୀଡାପ୍ରେମୀ ମାନେ ଯେଉଁଠାରେ ଥିଲେ ମଧ୍ୟ ଉପଭୋଗ କରି ପାରିବେ।

ଏ ସମ୍ପର୍କରେ କଞ୍ଚାଲଙ୍କାର ସହ ପ୍ରତିଷ୍ଠାତା ତଥା କାର୍ଯ୍ୟକାରି ନିର୍ଦେଶକ ଚିତ୍ତ ରଞ୍ଜନ ନାୟକ କୁହନ୍ତି, “ଏହିପରି ଏକ ଓଡିଶା କବାଡ଼ି ଚାମ୍ପିୟନଶିପ ଆୟୋଜିତ କରି ଆମେ ଅତ୍ୟଧିକ ଉତ୍ସାହିତ,ଯାହା କ୍ରୀଡା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ସହ ସାମାଜିକ ଏକତା ଓ ସଦଭାବ ବଜାୟ ରଖିବାରେ ସହାୟକ ହେବ। ଆମର ମୂଳ ଲକ୍ଷ ସ୍ଥାନୀୟ ପ୍ରତିଭା ମାନଙ୍କୁ ଏକ ପ୍ଳାଟଫର୍ମ ପ୍ରଦାନ କରିବା ସହ ସେମାନଙ୍କୁ ଓ ଆଗାମୀପିଢ଼ିର କ୍ରୀଡାବିତ ମାନଙ୍କୁ ଅନୁପ୍ରେରିତ କରିବା।

ଏହି ଚାମ୍ପିୟନଶୀପ ଆସନ୍ତା ଡିସେମ୍ବର ମାସ ଶେଷ ସପ୍ତାହରେ ଆୟୋଜିତ ହେଉଥିବା ବେଳେ ଗ୍ରାଣ୍ଡ ଫିନାଲେ ୨୯ ଡ଼ିସେମ୍ବରରେ ଖେଳା ଯିବ। ଏହି କ୍ରମରେ ଫ୍ୟାନ ମାନଙ୍କ ପାଇଁ କ୍ରୀଡ଼ାବିତଙ୍କ ସହ କଥୋପକଥନ ସହ ନିଜକୁ ଯୋଡ଼ି ପାରିବା ପରି ଅନେକ କାର୍ଯ୍ୟକ୍ରମ ରଖାଯାଇଛି ଯାହା କ୍ରୀଡାପ୍ରେମୀ ମାନଙ୍କୁ ଏକ ବିଶେଷ ଅନୁଭୂତି ଆଣିଦେବ ବୋଲି ଆଶା କରା ଯାଉଛି। ଏହା କ୍ରୀଡା, କ୍ରୀଡାବିତ ଓ କ୍ରୀଡାପ୍ରେମୀଙ୍କ ପାଇଁ ଏକ ବାସ୍ତବ ମହୋତ୍ସବ।

ଅଧିକ ବିବରଣୀ ପାଇଁ ଆପଣଙ୍କ ଆଣ୍ଡ୍ରଏଡ଼ କିମ୍ବା ଆଇଫୋନରୁ କଞ୍ଚାଲଙ୍କା ଆପ ଡାଉନଲୋଡ଼ କରନ୍ତୁ ଅଥବା ଭିଜିଟ କରନ୍ତୁ www.kanchchalannka.com।
କଞ୍ଚାଲଙ୍କା ସୋସିଆଲ ସାଇଟ୍ସ ଫେସବୁକ…https://www.facebook.com/KancchaLannkaApp?mibextid=JRoKGi
ଇନଷ୍ଟାଗ୍ରାମ..https://www.instagram.com/kancchalannka.ott?igsh=Yjg2YTh0NWd6ZTli
ରେ ମଧ୍ୟ ସମ୍ପୂର୍ଣ ବିବରଣୀ ପାଇ ପାରିବେ।

କଞ୍ଚାଲଙ୍କା ସମ୍ପର୍କରେ :

କଞ୍ଚାଲଙ୍କା ଓଡ଼ିଶାର ଅଗ୍ରଣୀ, ଓଡ଼ିଆ ମନୋରଞ୍ଜନଭିତ୍ତିକ ଓଟିଟି ପ୍ଳାଟଫର୍ମ। ବିଶ୍ଵବ୍ୟାପୀ ଦର୍ଶକମାନଙ୍କୁ ଉଚ୍ଚ ମାନର ଓଡ଼ିଆ କଣ୍ଟେଣ୍ଟ ପରଷିବା ପାଇଁ ସମର୍ପିତ। ସିନେମା, ୱେବ ସିରିଜ, କ୍ରୀଡା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରି ବିବିଧ ବିକଳ୍ପ ପାଇଁ ଏକ ପ୍ରମୁଖ ମାଧ୍ୟମ ‘ କଞ୍ଚା ଲଙ୍କା ‘। ଓଡ଼ିଶାର ସମୃଦ୍ଧ ସଂସ୍କୃତିର ମହୋତ୍ସବ ‘ କଞ୍ଚା ଲଙ୍କା ‘।

Share This Article