ଜାଲ କାଗଜପତ୍ର ଦେଇ ଜମି ବିକ୍ରି, ଦୁଇ ଦଲାଲ ଗିରଫ

Odisha Hot News
1 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ଜାଲ କାଗଜପତ୍ର ଦେଇ ଯୁଯୁମୁରା ଥାନା ଅଂଚଳର ଜଣେ ବ୍ୟକ୍ତିଙ୍କ ଜମିକୁ ଦୁଇ ଜଣ ଦଲାଲ ବିକ୍ରି କରିବା ଅଭିଯୋଗରେ ଯୁଯୁମୁରା ପୋଲିସ ଗିରଫ କରିଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ଯୁଜୁମୁରା ଥାନା ଅଞ୍ଚଳର ପ୍ରଫୁଲ୍ଲ ରଣା ନିଜ ଜମି ୪ଏକର ୫୩ ଡିସମିଲକୁ ସମ୍ବଲପୁରର ଜଗଦୀଶ ପଣ୍ଡା ନାମକ ବ୍ୟକ୍ତି କିଣିନେଇଥିବା ବିଶେଷ ସୂତ୍ରରୁ ଜାଣିଲା ପରେ ଯୁଜୁମୁରା ଥାନାରେ ଗତ ୪/୫/୨୦୨୩ ରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଯୁଜୁମୁରା ପୋଲିସ ତଦନ୍ତ କରି ସୁଧୀର ବେହେରା ନାମକ ଜମି ଦଲାଲ ଓ ଦିଗାମ୍ବର ମିର୍ଧାଙ୍କୁ ଗିରଫ କରିବା ସହିତ ୧୦ ଲକ୍ଷ ଟଙ୍କା ଫିକ୍ସ ବ୍ୟାଙ୍କ ପାସବୁକ, ନକଲି ଆଧାର କାର୍ଡ ଓ କଳା ବୁଲେଟ ଜବତ କରିଛି।

ପୋଲିସ ସୂଚନା ଅନୁସାରେ ସୁଧୀର ବେହେରା ଏହି ଜମି ଠକେଇରେ ନକଲି ଆଧାର କାର୍ଡ ପ୍ରଫୁଲ୍ଲ ରଣା ନାମରେ କରି ରେଢ଼ାଖୋଲ ଚାରମାଳ ଥାନା ମୁଗ ପାଳ ଗ୍ରାମର ଦିଗାମ୍ବର ମିର୍ଧା ଙ୍କୁ ଜମି ମାଲିକ ପ୍ରଫୁଲ୍ଲ ରଣା ଦର୍ଶାଇ ସମ୍ବଲପୁର ମୋଦୀପଡାର ଜଗଦୀଶ ପଣ୍ଡା କୁ ୪ଏକର ୫୩ଡିସମିଲ ଜମି କୁ ୫୦ଲକ୍ଷ ୨୦ହଜାର ଟଙ୍କାରେ ବିକ୍ରୟ କରି ଅଗ୍ରୀମ ୨୨ ଲକ୍ଷ ୫୦ ହଜାର ନେଇଥିଲେ।

ଅଭିଯୋଗ ଆଧାର ରେ ପୋଲିସ ତଦନ୍ତ କରି ଜମି ଦଳାଲ ସମ୍ବଲପୁର ନକ୍ସାପାଲି ର ସୁଧୀର ବେହେରା ଓ ଚାରମାଲ ଥାନା ମୁଗପାଳ ର ଦିଗାମ୍ବର ମିର୍ଧାଙ୍କୁ ଗିରଫ କରିବା ସହିତ ନକଲି ଆଧାର କାର୍ଡ ୧୦ ଲକ୍ଷ ଟଙ୍କାର ବ୍ୟାଙ୍କ ପାସବୁକ, ମୁଥୁଟ ଫାଇନାନ୍ସରେ ସୁନା ବନ୍ଧକକୁ ସିଲ କରିବା ସହିତ କଳା ବୁଲେଟ ଜବତ କରିଛି। ପୋଲିସ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।

Share This Article