ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ହେଲେ ବରିଷ୍ଠ ଓଏଏସ ଅଧିକାରୀ ଆଦିତ୍ୟ ମହାପାତ୍ର

Odisha Hot News
0 Min Read

ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଓଏଏସ ଅଧିକାରୀ ଆଦିତ୍ୟ ମହାପାତ୍ରଙ୍କୁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଶ୍ରୀ ମହାପାତ୍ର ପୂର୍ବରୁ ନବୀନ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କର ଓଏସଡି ଭାବେ କାର୍ଯ୍ୟ କରୁଥିଲେ।

ମୁଖ୍ୟମନ୍ତ୍ରୀଙ୍କ ପରି ବିରୋଧୀ ଦଳର ନେତା ମଧ୍ୟ ଜଣେ ବ୍ୟକ୍ତିଗତ ସଚିବ ରଖିପାରିବେ। ସେହି ହିସାବରେ ଶ୍ରୀ ମହାପାତ୍ରଙ୍କୁ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଶ୍ରୀ ମହାପାତ୍ର ଜଣେ ଦକ୍ଷ ଅଫିସର ଭାବେ ଲୋକସେବା ଭବନରେ ବେଶ ପରିଚିତ।

Share This Article