ଏଣିକି ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମିଳିବ ଡାଇଲିସିସ୍‌, ସିଟି ସ୍କାନ ଓ ଏମ୍‌ଆର୍‌ଆଇ ସୁବିଧା

Odisha Hot News
1 Min Read

ଭୁବନେଶ୍ୱର: ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଥିବା ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଣିକି ଡାଇଲିସିସ୍‌, ସିଟି ସ୍କାନ ଓ ଏମ୍‌ଆର୍‌ଆଇ ଭଳି ପରୀକ୍ଷଣ ସୁବିଧା ସରକାରୀ-ବେସରକାରୀ ସହଭାଗୀତା (PPP) ମାଧ୍ୟମରେ ଉପଲବ୍ଧ ହେବ ଏବଂ ଏଥିରେ ନିୟୋଜିତ ହେବାକୁ ଥିବା ଡାକ୍ତର ଏବଂ ବିଶେଷଜ୍ଞଙ୍କ ପ୍ରମାଣପତ୍ରର ଯାଞ୍ଚ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ନିୟୋଜିତ ସେବା ପ୍ରଦାନକାରୀ ସଂସ୍ଥାଗୁଡିକୁ ସମୟ ସମୟରେ ମନିଟରିଂ କରାଯିବ। ଏହି ସଂସ୍ଥାଗୁଡିକ ଚୁକ୍ତିନାମା ପରିସରଭିତ୍ତିରେ ଯୋଗ୍ୟତା ଅନୁଯାୟୀ ଡାକ୍ତର ଓ ବିଶେଷଜ୍ଞମାନଙ୍କୁ ନିୟୋଜିତ କରିବେ। ତଥାପି ଚୁକ୍ତି ଅବଧି ମଧ୍ୟରେ ଏହି ଡାକ୍ତର ଓ ବିଶେଷଜ୍ଞଙ୍କ ଯୋଗ୍ୟତା ପରିଚୟପତ୍ରର ଯାଞ୍ଚ କରାଯିବ ଯେ, ସେମାନେ ଏହି ସେବା ପ୍ରଦାନ ନିମନ୍ତେ ଯୋଗ୍ୟ ଅଟନ୍ତି କି ନା।

ଏକ ସପ୍ତାହ ମଧ୍ୟରେ ସମ୍ପୃକ୍ତ ସେବା ପ୍ରଦାନକାରୀ ସଂସ୍ଥାଗୁଡିକର ପରିଚୟପତ୍ରର ଯାଞ୍ଚ କରି ବିଭାଗକୁ ପଠାଇବା ପାଇଁ ରାଜ୍ୟର ସମସ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ, ଜନସ୍ୱାସ୍ଥ୍ୟ ଅଧିକାରୀ ଓ ନିର୍ଦ୍ଦେଶକଙ୍କୁ ସୂଚିତ କରାଯାଇଛି। ନିୟୋଜିତ ହେବାକୁ ଥିବା ଡାକ୍ତର ଓ ବିଶେଷଜ୍ଞମାନେ ଶାରୀରିକ ଭାବରେ ଉପସ୍ଥିତ ରହି ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ ନିଜ ଯୋଗ୍ୟତା ପ୍ରମାଣ ପତ୍ରର ଯାଞ୍ଚ କରାଇବେ ବୋଲି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

Share This Article