ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପିରୁ ବହିସ୍କୃତ ହେଲେ ଭୁବନେଶ୍ବରର କର୍ପୋରେଟର

Odisha Hot News
1 Min Read

ଭୁବନେଶ୍ୱର: ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଦଳରେ ମିଶ୍ରଣ ଓ ନିଲମ୍ବନ କାର୍ଯ୍ୟ ଜାରୀ ରହିଛି। ସେହିପରି ପଦକ୍ଷେପ ଭାରତୀୟ ଜନତା ପାର୍ଟି ଗ୍ରହଣ କରିଛି। ଯେଉଁମାନେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଦଳ ବହିସ୍କାର କରିବାରେ ଲାଗିଛି। ସେହିପରି ଗତକାଲି ଦଳ ଜଣେ ଭୁବନେଶ୍ବର କର୍ପୋରେଟରଙ୍କୁ ବହିସ୍କାର କରିଛି।

ଦଳ ତରଫରୁ ଦିଆଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ‘ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଉତ୍ତର-ଭୁବନେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀର ତଥା ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନଂ-୪ କର୍ପୋରେଟର ଶ୍ରୀ ସୁକୁମାର ସାହୁଙ୍କୁ ଦଳରୁ ବହିଷ୍କାର କରାଗଲା’।

Share This Article