ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ହସ୍ପିଟାଲରେ ଭର୍ତ୍ତି

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ଆସ୍କା ରୋଡ଼ ଠାରେ ଏକ ମଦ ଦୋକାନ ନିକଟରେ ଧାନମେରା ସାହିର ତ୍ରିପତି ଦାସ ନାମକ ଜଣେ ଯୁବକ ନିଜ ଘରକୁ ଫେରୁଥିବା ବେଳେ କିଛି ଯୁବକ ତାଙ୍କୁ ରାସ୍ତାରେ ଅଟକାଇ ଗାଳିଗୁଲଜ କରିଥିଲେ। ଯାହା ଫଳରେ ତ୍ରିପତି ଆପତ୍ତି କରିବାରୁ ଉକ୍ତ ଯୁବକ ମାନେ ସାଙ୍ଗରେ ଆଣିଥିବା ଖଣ୍ଡାରେ ତାଙ୍କୁ ଆକ୍ରମଣ କରିଥଲେ।

ଏହି ଆକ୍ରମଣରେ ତ୍ରିପତିଙ୍କ ଗୋଡ଼ ଓ ହାତ ପାପୁଲିରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ବିଷୟରେ ତାଙ୍କର ମାଁ ଉନ୍ନତି ଦାସ ବଡ଼ବଜାର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ ତଦନ୍ତ ଚଳାଇଛି।

Share This Article