ଅଙ୍ଗନବାଡ଼ି କର୍ମୀଙ୍କ ପ୍ରତି ଆପତ୍ତିଜନକ ଲେଖା ବିରୋଧରେ ଥାନାରେ ଧାରଣାରେ ବସିଲା ସଙ୍ଘ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୁଗୁଡ଼ା ଥାନା ଅଞ୍ଚଳର ସୁରେନ୍ଦ୍ର ବେହେରା ନାମକ ଜଣେ ଯୁବକ ନିଜ ଫେସବୁକ୍ ଆକାଉଣ୍ଟରେ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରତି ଆପତ୍ତି ଜନକ ବିବୃତ୍ତି ପୋଷ୍ଟ କରିଥିବା ନେଇ ଅଭିଯୋଗ ହୋଇଛି। ଯାହାକୁ ନେଇ ଅଙ୍ଗନବାଡ଼ି କର୍ମୀ ମହଲରେ ଅସନ୍ତୋଷ ବଢିଛି। ଯାହା ଫଳରେ ରାଜ୍ୟ ସଙ୍ଘ ବୁଗୁଡ଼ା ଶାଖା ପକ୍ଷରୁ ବହୁ କର୍ମୀ ବୁଗୁଡ଼ା ଥାନାରେ ସାରା ଦିନ ଧାରଣାରେ ବସିଛନ୍ତି।

ପରବର୍ତ୍ତୀ ସମୟରେ ପୋଲିସ ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ ସନ୍ଧ୍ୟାରେ ଥାନାରେ ଆଣି ବସାଇ ଜେରା କରିଥିଲେ ଓ ଅଭିଯୁକ୍ତ ସୁରେନ୍ଦ୍ର ନିଜେ ଭୁଲ ସ୍ୱୀକାର କରି କ୍ଷମା ମାଗିବା ସହ ଲିଖିତ ବିବୃତ୍ତି ରଖିବା ପରେ ପୋଲିସ ତାଙ୍କୁ ଛାଡିଥିଲେ। ଯାହାପରେ ପରିସ୍ଥିତି ଶାନ୍ତ ପଡିଥିଲା।

ସୁଚନା ଥାଉକି ଏହି ବିଷୟକୁ ନେଇ ଅଞ୍ଚଳରେ ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି ହୋଇଛି।

Share This Article