ଗଞ୍ଜାମରୁ ପୁରୀକୁ ହେଉଥିଲା ଗଞ୍ଜେଇ ଚାଲାଣ: ଅଟୋ ସହ ୩ ଅଭିଯୁକ୍ତ ଗିରଫ

Odisha Hot News
1 Min Read

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅବକାରୀ ପୋଲିସ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥ ରାମେଶ୍ୱର ନିକଟରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ
ଗୋଟିଏ ଯାତ୍ରୀ ବାହି ଅଟୋ ରିକ୍ସା ସହ ୨୨ କେଜି ଗଞ୍ଜେଇ ଜବତ କରାଯାଇଛି। ଏହା ସହ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ।

ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲାର ରବିନ୍ଦ୍ର ସ୍ୱାଇଁ, ଟୁକୁନା ପାଣିଗ୍ରାହୀ, ଭଗବାନ ମହାପାତ୍ର ବୋଲି ଜଣାପଡିଛି। ଏହି ଅଭିଯୁକ୍ତମାନେ ଗଞ୍ଜାମରୁ ପୁରୀକୁ ଗଞ୍ଜେଇ ଚଲାଣ କରୁଥିଲେ। ଆସନ୍ତା ରଥ ଯାତ୍ରାକୁ ଦ୍ରୁଷ୍ଟିରେ ରଖି ସେଠାରେ ବେପାର କରିବା ଉଦ୍ଦେଶ୍ୟରେ ସେମାନେ ଉକ୍ତ ଗଞ୍ଜେଇ ଚାଲାଣ କରୁଥିଲେ। ଜବତ ଗଞ୍ଜେଇ ମୂଲ୍ୟ ଦୁଇ ଲକ୍ଷ ଟଙ୍କାରୁ ଅଧିକ ହେଵ ବୋଲି ଜଣା ପଡିଛି।

Share This Article