ଲୁହାପଙ୍କ ନିକଟରେ ଭ୍ୟାନ ଧକ୍କାରେ ବାଇକ ଚାଳକ ମୃତ

Odisha Hot News
1 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର କଟକ ୫୫ ନଂ ଜାତୀୟ ରାଜପଥର ଲୁହାପଙ୍କ ନିକଟରେ ଗୁରୁବାର ଅପରାହ୍ନ ୪ ଟା ସମୟରେ ଭ୍ୟାନ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ ଯେ ଜଣେ ବାଇକ ଆରୋହୀ ଜାତୀୟ ରାଜପଥରେ ଯାଉଥିବା ବେଳେ ପଛ ପଟରୁ ଏକ ଭ୍ୟାନ ବାଇକ୍ କୁ ଧକ୍କା ଦେଇଥିଲା।

ଫଳରେ ବାଇକ ଚାଳକ ଜଣଙ୍କ ଛିଟିକି ହୋଇ ରାସ୍ତାରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରେଢ଼ାଖୋଲ ଡାକ୍ତରଖାନାକୁ ପଠାଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ମୃତକଙ୍କ ପରିଚୟ ସ୍ପଷ୍ଟ ଜଣାପଡି ନଥିବାବେଳେ ସେପଟେ ଘଟଣା ସ୍ଥଳରେ ରେଢ଼ାଖୋଲ ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଭ୍ୟାନ ଓ ବାଇକ୍ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share This Article