ସ୍କୁଲ ଛୁଟି ନେଇ ଖୋର୍ଦ୍ଧା ଜିଲ୍ଲାପାଳ ଦେଲେ ଏହି ନିର୍ଦ୍ଦେଶ

Odisha Hot News
1 Min Read

ଭୁବନେଶ୍ବର: ଆସନ୍ତାକାଲି ସ୍କୁଲ ଖୋଲିବାକୁ ଥିବା ବେଳେ ବର୍ତ୍ତମାନ ଯେପରି ଖରା ହେଉଛି ସେଥିରେ କଣ କରାଯିବ ନେଇ ସମସ୍ତେ ବ୍ୟତିବ୍ୟସ୍ତ ଥିଲେ। ହେଲେ ଏହି ସମୟରେ ଖୋଦ ମୁଖ୍ୟମନ୍ତ୍ରୀ ମୋନହ ମାଝି ଜିଲ୍ଲାର ସ୍ଥିତି ନେଇ ସ୍କୁଲ ଛୁଟି ହେବ କି ନାହିଁ ତାହା ନିଷ୍ପତି ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁସାରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା ଆଜି ସ୍କୁଲ ଖୋଲିବା ନେଇ ନିଷ୍ପତି ନେଇଛନ୍ତି।

ଜିଲ୍ଲାପାଳଙ୍କ ଅଫିସର ତରଫରୁ ଜାରୀ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, “ପାଣିପାଗ ବିଭାଗ ସୂଚନା ଓ ଖୋର୍ଦ୍ଧା ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରି ତଥା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ଆସନ୍ତା ଜୁନ୍ ୧୮ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୬.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ନେଇ ସମୟ ନିର୍ଘଣ୍ଟ କରାଯାଇଛି।”

Share This Article