ରଣେନ୍ଦ୍ର ପ୍ରତାପ ସ୍ବାଇଁ ହେଲେ କାମଚଳା ବାଚସ୍ପତି, ୧୮ ତାରିଖରୁ ବିଧାୟକଙ୍କ ଶପଥ, ୨୦ ରେ ବାଚସ୍ପତି ନିର୍ବାଚନ

Odisha Hot News
1 Min Read

ଭୁବନେଶ୍ବର: ଓଡିଶା ବିଧାନସଭାର ବରିଷ୍ଠ ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ ହେବେ କାମଚଳା ବାଚସ୍ପତି। ଏ ନେଇ ଆଜି ରାଜ୍ୟପାଳ ରଘୁବର ଦାସ ତାଙ୍କୁ ନିଯୁକ୍ତ କରିଛନ୍ତି। ସେ ବାଚସ୍ପତି ନିର୍ବାଚନ ପର‌୍ୟ୍ୟନ୍ତ ଏହି କାର‌୍ୟ୍ୟ କରିବେ। ଆସନ୍ତା ୧୮ ଏବଂ ୧୯ ତାରିଖରେ ବିଧାୟକଙ୍କ ଶପଥ ପାଠ କରାଯିବ। ସେ ସମସ୍ତ ବିଧାୟକଙ୍କୁ ଶପଥ କରାଇବେ।

ସବୁ ବିଧାୟକ ଶପଥ ଗ୍ରହଣ କରିବା ପରେ ଆସନ୍ତା ୨୦ ତାରିଖରେ ବଚସ୍ପତି ନିର୍ବାଚନ କରାଯିବ। ଏହି ପଦବୀ ପାଇଁ ବିଜେପି ସୁରମା ପାଢୀଙ୍କ ନାମ ଘୋଷଣା କରିଛି। ବର୍ତ୍ତମାନ ସଂଖ୍ୟା ଦୃଷ୍ଟିରୁ ସେ ବାଚସ୍ପତି ଭାବେ ନିର୍ବାଚିତ ହେବେ।

Share This Article