ରାଜ୍ୟରେ ସିବିଆଇର ବଡ କାର୍ଯ୍ୟାନୁଷ୍ଠାନ: ୬୭ ଟି ସ୍ଥାନରେ ଚାଲିଛି ଚଢାଉ

Odisha Hot News
0 Min Read

ଭୂବନେଶ୍ବର: ଗତକାଲି ରାଜ୍ୟରେ ନୂଆ ସରକାର ଗଠନ ହୋଇଛି। ନୂଆ ସରକାର ଗଠନ ହେବା ମାତ୍ରେ ରାଜ୍ୟରେ ସିବିଆଇ ବଡ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଡାକ ସେବକ ନିଯୁକ୍ତି ମାମଲାରେ ସିବିଆଇ ରାଜ୍ୟର ୬୭ ଟି ସ୍ଥାନରେ ଚଢାଉ କରିଛି। ଜାଲ ସାର୍ଟିଫିକେଟ ଜରିଆରେ ଡାକ ସେବକ ନିଯୁକ୍ତି ହୋଇଥିବା ଅଭିଯୋଗ ହୋଇଛି।

ଗ୍ରାମୀଣ ଡାକ ସେବା ନିଯୁକ୍ତି ପାଇଁ ୬୩ ଜଣ ଜାଲ ସାର୍ଟିଫିକେଟ ଦେଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସିବିଆଇ ଓଡିଶାରେ ୬୭ ଟି ସ୍ଥାନରେ ବଡ ଧରଣର ଚଢାଉ ଜାରି ରଖିଛି।

Share This Article