ଆଜି ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ, ଯୋଗଦେବେ ପ୍ରଧାନମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ବର: ଆଜି ଅପରାହ୍ନରେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେନ୍ଦୁଝର ବିଧାୟକ ମୋହନ ମାଝୀ। ଭୁବନେଶ୍ବର ଜନତା ମଇଦାନରେ ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାଜ୍ୟ ସରକାରଙ୍କ ତରଫରୁ ସେଠାରେ ବ୍ୟାପକ ଆୟୋଜନ କରାଯାଇଛି। ଏଥିସହିତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି।

ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଏଥିସହିତ ଓଡିଶାର ତିନି କେନ୍ଦ୍ରମନ୍ତ୍ରୀ ମଧ୍ୟ ଗତକାଲିଠାରୁ ଭୁବନେଶ୍ବରରେ ଅଛନ୍ତି। ଓଡିଶା ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି। ଫଳରେ ବିଜେପି କର୍ମିଙ୍କ ମହଲରେ ବେଶ ଉତ୍ସାହ ଲାଗିରହିଛି।

Share This Article