ଟାଙ୍ଗୀ ବାଇପାସରେ ଓଲଟିଲା ଅଣ୍ଡା ବୋଝେଇ ଟ୍ରକ: ଚାଳକ ଗୁରୁତର

Odisha Hot News
1 Min Read

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସରେ ଓଲଟିଲା ଅଣ୍ଡା ବୋଝେଇ ଟ୍ରକ। ଯେଉଁଥିରେ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତୀ କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଁଚିଛି।

ଆଜି ସକାଳେ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ଗୋଟିଏ ଅଣ୍ଡା ବୋଝେଇ ଟ୍ରକ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଟାଙ୍ଗୀ ବାଇପାସରେ ଟ୍ରକ ସମ୍ମୁଖକୁ ଏକ ଗାଇ ପଳାଇ ଆସିଥିଲା। ଫଳରେ ଟ୍ରକ ଚାଳକ ଜଣକ ଟ୍ରକ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ରାସ୍ତା କଡ଼କୁ ଟ୍ରକ ଟି ଓଲଟି ପଡ଼ିଥିଲା।

ଖବର ପାଇଁ ଟାଙ୍ଗୀ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଗୁରୁତର ଟ୍ରକ ଚାଳକଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲା। ଏପଟେ ଟ୍ରକୁରୁ ସମସ୍ତ ଅଣ୍ଡାକୁ ସଂଗ୍ରହ କରି ସୁରକ୍ଷିତ ରଖାଯାଇଛି। ବର୍ତ୍ତମାନ ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି।

Share This Article