ପ୍ରଧାନମନ୍ତ୍ରୀ ମୋଦୀ ଓ ଓଡିଶାର ୩ କେନ୍ଦ୍ରମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ

Odisha Hot News
1 Min Read

ଭୁବନେଶ୍ଵର: ଦେଶରେ ଏନଡିଏ ମେଣ୍ଟ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହିତ ନୂଆ ସରକାର ଗଠନ କରିଛି। ନରେନ୍ଦ୍ର ମୋଦୀ କ୍ରମାଗତ ୩ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଗତକାଲି ଶପଥ ଗ୍ରହଣ କରିଛନ୍ତି। ମୋଦୀଙ୍କ ସହିତ ୭୨ ଜଣ କେନ୍ଦ୍ର ସରକାରର ମନ୍ତ୍ରୀ ଭାବେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଓଡିଶାରୁ ୩ ଜଣ ସାଂସଦ ମଧ୍ୟ କେନ୍ଦ୍ରମନ୍ତ୍ରୀ ଭାବେ ଶପଥଗ୍ରହଣ କରିଛନ୍ତି। ଓଡିଶାରୁ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ଵିନୀ ବୈଷ୍ଣବ ଏବଂ ଜୁଏଲ ଓରାମ ମୋଦୀ ୩.o ସରକାରର କେନ୍ଦ୍ରମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି।

ତେବେ କେନ୍ଦ୍ରରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ ପରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଓଡିଶାର ୩ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ନବୀନ ପଟ୍ଟନାୟକ ଟ୍ବିଟ କରି ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ, ଏକ ସଫଳ କାର୍ଯ୍ୟକାଳ ଏବଂ ଲୋକଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ଆପଣଙ୍କ ଟିମକୁ ଶୁଭେଚ୍ଛା। ଆମର ପ୍ରିୟ ଦେଶ ଆପଣଙ୍କ ନେତୃତ୍ୱରେ ବିକାଶର ନୂତନ ଉଚ୍ଚତାରେ ପହଞ୍ଚୁ।

ସେହିପରି ଓଡିଶାର ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନବୀନ ଲେଖିଛନ୍ତି ଯେ, ଦେଶ ପାଇଁ ଏବଂ ବିଶେଷ ଭାବରେ # ଓଡିଶାର ଲୋକଙ୍କ ପାଇଁ ଆପଣମାନଙ୍କୁ ବଡ଼ ସଫଳତା କାମନା କରୁଛି।

Share This Article