ବିଜେପିରେ ମିଶିଲେ କି ପ୍ରସନ୍ନ ପାଟ୍ଟଶାଣୀ ? ବେକରେ କିଏ ପକାଇଲା ଦଳୀୟ ଉତ୍ତରୀୟ

Odisha Hot News
1 Min Read

ନୂଆଦିଲ୍ଲୀ: ଭୁବନେଶ୍ବରର ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ବିଜେପିରେ ମିଶିଛନ୍ତି। ସେ ନୂଆଦିଲ୍ଲୀ ଯାଇ ସେଠାରେ ବିଜେଡି ଛାଡି ବିଜେପିରେ ମିଶିଛନ୍ତି। ତେବେ ଏ ନେଇ ବିଜେପି ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ସେ ବେକରେ ପଦ୍ମଫୁଲ ଥିବା ବିଜେପି ଉତ୍ତରୀୟ ପକାଇଥିବା ଏକ ଫଟୋ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁସାରେ ବର୍ତ୍ତମାନ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି ବିଜେପିର ନବ ନିର୍ବାଚିତ ସାଂସଦ ଓ ବିଧାୟକଗଣ। ବର୍ତ୍ତମାନ ସେମାନେ ସମସ୍ତେ କିଏ କେନ୍ଦ୍ରରେ ମନ୍ତ୍ରୀ ହେବ କିଏ ଓଡିଶାର ମୁଖ୍ୟମନ୍ତ୍ରୀ ହେବ ସେ ଚିନ୍ତାରେ ଅଛନ୍ତି। ଏପରି ସମୟରେ ପ୍ରସନ୍ନ ପାଟ୍ଟଶାଣୀଙ୍କ ବେକରେ କିଏ ବିଜେପି ଉତ୍ତରୀୟ ପକାଇଲା ତାହା ଜଣାପଡି ନାହିଁ। ଅନ୍ୟପକ୍ଷରେ ବର୍ତ୍ତମାନ ନିର୍ବାଚନ ସରିବା ପରେ ବିଜେପି କଣ ପାଇଁ ତାଙ୍କୁ ଦଳରେ ସାମିଲ କରିବ ସେ ନେଇ ଅନେକଙ୍କ ସନ୍ଦେହ ପ୍ରକାଶ ପାଇଛି।

Share This Article