ବିଜେଡିର ପରାଜିତ ପ୍ରାର୍ଥୀଙ୍କୁ ନେଇ ବୈଠକ କଲେ ନବୀନ, କାର୍ତ୍ତିକ ପାଣ୍ଡିଆନ ଅନୁପସ୍ଥିତ

Odisha Hot News
1 Min Read

ଭୁବନେଶ୍ବର: ଗୁରୁବାର ଦିନ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ହାରିଯାଇଥିବା ପ୍ରାର୍ଥୀମାନଙ୍କର ବୈଠକ କରିଥିଲେ। ନବୀନ ନିବାସରେ ଆୟୋଜିତ ଏହି ବୈଠକରେ ନବୀନ ପରାଜୟର ସମୀକ୍ଷା କରିଥିଲେ। ସେମାନଙ୍କୁ ଆହୁରି ଅଧିକ କାମ କରିବା ପାଇଁ ନବୀନ ପରାମର୍ଶ ଦେଇଥିଲେ। ହାରିଯାଇଥିଲେ ମଧ୍ୟ ଲୋକଙ୍କ ସେବା କରିବାରେ କୌଣସି ଅବହେଳା ନ କରିବା ପାଇଁ ସେ କହିଥିଲେ।

ବୈଠକ ପରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ ଯେ, ଦଳର ବିପର୍ଯ୍ୟୟର କାରଣ ଖୋଜିବା ପାଇଁ ଏକ କମିଟ ଗଠନ କରାଯିବ। ସେହି କମିଟ ତର୍ଜମା କରି ଏକ ରିପୋର୍ଟ ପ୍ରସ୍ତୁତ କରି ସଭାପତିଙ୍କୁ ପ୍ରଦାନ କରିବେ। ତେବେ ଏହି ବୈଠକରେ ପାଣ୍ଡିଆନ କାହିଁକି ଯୋଗଦେଲେ ନାହିଁ ବୋଲି ତାଙ୍କୁ ପଚରାଯାଇଥିଲା।

ସେ କହିଥିଲେ ଯେ, ବୈଠକରେ କିଏ ଯୋଗଦେବ କିଏ ଯୋଗ ଦେବ ନାହିଁ ତାହା ନବୀନ ନିଷ୍ପତି କରି ଡାକିଛନ୍ତି। ଆମ ଦଳର ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ତାଙ୍କ ବ୍ୟତିତ ଦଳ ନେତୃତ୍ବ ଆଉ କେହି ନେଉ ନ ଥିଲେ ବୋଲି ପ୍ରଣବ କହିଛନ୍ତି।

Share This Article