ମୁଖ୍ୟମନ୍ତ୍ରୀଙ୍କ ତିନି ପରାମର୍ଶଦାତା ନିଜ ପଦରୁ ଦେଲେ ଇସ୍ତଫା

Odisha Hot News
1 Min Read

ଭୁବନେଶ୍ବର: ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀତ୍ବ ବେଳେ ନିଯୁକ୍ତ ହୋଇଥିବା ତିନି ଜଣ ଉପଦେଷ୍ଠା ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ଆର ବାଲକୃଷ୍ଣା, ସୁରେଶ ମହାପାତ୍ର ଏବଂ ଉପେନ୍ଦ୍ର ତ୍ରିପାଠୀ। ଏହି ତିନିଜଣ ଆଇଏଏସ ଚାକିରୀରୁ ଅବସର ନେବା ପରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ତାଙ୍କର ଉପଦେଷ୍ଠା ଭାବେ ନିଯୁକ୍ତି ଦେଇଥିଲେ।

ପ୍ରଥମେ ବରିଷ୍ଠ ଆଇଏଏ, ଆର ବାଲକ୍ରିଷ୍ଣା ମୁଖ୍ୟମନ୍ତ୍ରଙ୍କ ଉପଦେଷ୍ଠା ଭାବେ ନିଯୁକ୍ତି ପାଇଁ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି। ଏହାପରେ ପୂର୍ବତନ ମୁଖ୍ୟଶାସନ ସଚିବ ପଦବୀରୁ ଅବସର ପରେ ସୁରେଶ ମହାପାତ୍ରଙ୍କୁ ମଧ୍ୟ ଉପଦେଷ୍ଠା ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ପ୍ରଥମେ ସେ ଓଇଆରସି ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ସେଠାରୁ ସେ ଇସ୍ତଫା ଦେଇ ସିଏମଓରେ କାର୍ଯ୍ୟ କରୁଥିଲେ।

ସେହିପରି ତ୍ରିପୁରାର ମୁଖ୍ୟ ଶାସନ ସଚିବ ପଦବୀରୁ ଅବସର ପରେ ଉପେନ୍ଦ୍ର ତ୍ରିପାଠୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉପଦେଷ୍ଠା ଭାବେ ନିଯୁକ୍ତି ଦେଇଥିଲେ। ବର୍ତ୍ତମାନ ଏହି ତିନିଜଣ ଇସ୍ତଫା ପ୍ରଦାନ କରିଛନ୍ତି।

Share This Article