ଇସ୍ତଫା ଦେଲେ ଇଲୋଟ୍ରୋନିକ୍ସ ଏବଂ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର

Odisha Hot News
1 Min Read

ଭୁବନେଶ୍ବର: ଓଡିଶାର ନୂଆ ସରକାର ଗଠନ ନ ହେବା ପୂର୍ବରୁ ପ୍ରଶାସନ ସ୍ତରରେ ଧଡକନ ଆରମ୍ଭ ହୋଇଯାଇଛି। ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ତିନି ଉପଦେଷ୍ଠା ନିଜପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେମାନେ ହେଲେ ଆର ବାଲକୃଷ୍ଣାନ, ସୁରେଶ ମହାପାତ୍ର ଏବଂ ଉପେନ୍ଦ୍ର ତ୍ରିପାଠୀ। ସେହିପରି ଇଲୋଟ୍ରୋନିକ୍ସ ଏବଂ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ମଧ୍ୟ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି।

ମନୋଜ ହେଉଛନ୍ତି ରେଳ ବିଭାଗର ବରିଷ୍ଠ ଅଧିକାରେ। ସେ ରାଜ୍ୟ ସରକାରଙ୍କ ନିକଟକୁ ଡେପୁଟେସନରେ ଆସି କାର୍ଯ୍ୟ କରୁଥିଲେ। ସେ ଇଲୋଟ୍ରୋନିକ୍ସ ଏବଂ ଆଇଟି ବିଭାଗର ଶାସନ ସଚିବ ଭାବେ ନିଯୁକ୍ତ ହୋଇଥିଲେ।

ଏହାପରେ  ସେ ରେଳବିଭାଗରୁ ଇସ୍ତଫା ଦେଇ ରାଜ୍ୟ ସରକାରରେ ପୂର୍ଣ୍ଣ କାଳୀନ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ସରକାର ସେହି ଇଲୋଟ୍ରୋନିକ୍ସ ଏବଂ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦେଇଥିଲେ। ସେ ଇସ୍ତଫା ଦେବା ପରେ ତାହାକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି।

Share This Article