ଭୁବନେଶ୍ବର ରାସ୍ତାରେ ଚଳନ୍ତା ଟ୍ରେକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର

Odisha Hot News
1 Min Read

ଭୁବନେଶ୍ବର: ଆଜି ଭୁବନେଶ୍ବର ତମାଣ୍ଡୋ ଓଭର ବ୍ରିଜ ନିକଟରେ ଏକ ଟ୍ରକରେ ନିଆଁ ଲାଗିଯାଇଛି। ଏତେ ଜୋରରେ ଧୂଆଁ ବାହାରିଥିଲା ଯେ, ଆଖପାଖ ଲୋକେ ଭୟଭିତ ହୋଇଯାଇଥିଲେ। ତେବେ ଅଗ୍ନିଶମ ବାହିନୀ ତୁରୁନ୍ତ ପହଞ୍ଚି ନିଆଁକୁ ଆୟତ କରିଥିଲେ। ତେବେ ନିଆଁ ଲାଗିବା ଜାଣିବା ପରେ ଟ୍ରକରୁ ଡ୍ରାଇଭର ଓ ହେଲପର ଓହ୍ଲାଇ ପଡିଥିଲେ। ଫଳରେ ସେମାନଙ୍କର କୌଣସି କ୍ଷୟକ୍ଷତି ହୋଇ ନାହିଁ।

ଘଟଣାରୁ ଜଣାପଡିଛି ଯେ, ଏକ ଟ୍ରାନସପୋର୍ଟ କଂପାନୀର ଟ୍ରକ ଲଗେଜ ନେଇ ବିଜୱାଡାରୁ କୋଲକତା ଯାଉଥିଲା। ତମାଣ୍ଡୋ ଓଭର ବ୍ରିଜ ନିକଟରେ ଟ୍ରକର ପଛ ଚକା ଫାଟିଯାଇଥିଲା। ଫଳରେ ଚକାରୁ ନିଆଁ ବାହାରି ଟ୍ରକକୁ ଧରିବାକୁ ଯାଉଥିଲା। ହେଲେ ସେଠାରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିପାରିଛନ୍ତି।

Share This Article