କଣ୍ଟାବାଞ୍ଜିରେ ହାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହିଞ୍ଜିଳିରେ ମାତ୍ର 4 ହଜାର ଭୋଟରେ ଜିତିଲେ

Odisha Hot News
1 Min Read

ଭୁବନେଶ୍ବର: ନିଜର ଦୀର୍ଘ ରାଜନୈତିକ ଜୀବନରେ କେବେ ବି ହାରି ନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ସେ ହାରିଛନ୍ତି। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରେ ପ୍ରତିଦ୍ବନ୍ଦିତା କରୁଥିଲେ। ଗୋଟିଏ ଥିଲା ତାଙ୍କର ପାରଂପାରିକ ହିଞ୍ଜିଳି ଆସନ ସହିତ ଏଥର ନୂଆ କରି ବଲାଙ୍ଗିରର କଣ୍ଟାବାଞ୍ଜିରେ ମଧ୍ୟ ଛିଡା ହୋଇଥିଲେ।

ତେବେ ଏହି ଦୁଇ ଆସନରୁ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରେ ହାରିଯାଇଥିବା ବେଳେ ହିଞ୍ଜିଳିରୁ ମାତ୍ର 4 ହଜାର 6 ଶହ 36 ଭୋଟରେ ବିଜୟ ଲାଭ କରିଛନ୍ତି। ଏତେ କମ ବ୍ୟବଧାନରେ ଜିତିବା ମଧ୍ୟ ନବୀନଙ୍କ ପାଇଁ ଏକ ଅପମାନର କଥା। ସେ ପୂର୍ବରୁ 50 ହଜାରରୁ ଉର୍ଦ୍ଧ୍ବ ଭୋଟରେ ଜିତୁଥିବା ବେଳେ ଏଥର ସେ ବ୍ୟବଧାନ ସାଧାରଣ ପ୍ରାର୍ଥୀଙ୍କ ପରି ସ୍ଥିତି ହୋଇଯାଇଛି। କଣ୍ଟାବାଞ୍ଜିରେ ସେ ପ୍ରାୟ 16 ହଜାର ଭୋଟରେ ହାରିଯାଇଛନ୍ତି।

Share This Article