ଓଡିଶା ବିଧାନସଭା ଫଳାଫଳ: ବଡ଼ ବିଜୟ ଆଡକୁ ବିଜେପି ଅଗ୍ରସର, ଚିଲିକାରେ ଜିତିଲେ ପୃଥ୍ବୀରାଜ

Odisha Hot News
1 Min Read

ଭୁବନେଶ୍ଵର: ଆଜି ଓଡିଶା ବିଧାନସଭା ଆସନ ପାଇଁ ଭୋଟ ଗଣତି ହୋଇଛି। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ବିଜେପି ୭୯ ଟି ଆସନରେ ଆଗୁଆ ଥିବା ବେଳେ ୨ ଟି ଆସନରେ ବିଜୟ ଲାଭ କରିଛି। ଚିଲିକା, ବରଗଡ ଏବଂ ଝାରସୁଗୁଡାରେ ବିଜେପି ବିଜୟୀ ହୋଇଥିବା ବେଳେ ୭୯ ଟିରେ ଆଗୁଆ ଅଛି। ସେହିଭଳି ବିଜେଡ଼ି ୪୭ ଟି ଆସନରେ ଆଗୁଆ ଅଛି ଏବଂ କଂଗ୍ରେସ ଏପର୍ଯ୍ୟନ୍ତ ଗୋଟିଏ ଆସନରେ ଜିତିଥିବା ବେଳେ ୧୪ ଟି ଆସନରେ ଆଗୁଆ ଅଛି।

ବିଜେତା ପ୍ରାର୍ଥୀ:

୧- ଚିଲିକା- ପୃଥ୍ବୀରାଜ ହରିଚନ୍ଦନ- (ବିଜେପି)- ୪୫୬୬ ଭୋଟରେ ବିଜୟୀ।

୨- ବରଗଡ- ଅଶ୍ଵିନୀ କୁମାର ଷଡଙ୍ଗୀ- (ବିଜେପି)- ୧୩୩୩ ଭୋଟରେ ବିଜୟୀ।

୩- ଝାରସୁଗୁଡା- ଟଙ୍କଧର ତ୍ରିପାଠୀ- ବିଜେପି- ୪୭୭୨ ଭୋଟରେ ବିଜୟୀ।

୪- ରଘୁନାଥପଲ୍ଲୀ- ଦୂର୍ଗା ଚରଣ- ବିଜେପି- ୫୭୭୪ ଭୋଟରେ ବିଜୟୀ।

୫- ଚିତ୍ରକୋଣ୍ଡା- ମଙ୍ଗୁ ଖିଲ୍ଲା- (କଂଗ୍ରେସ)- ୯୧୫୯ ଭୋଟରେ ବିଜୟୀ।

Share This Article