ଅସଂଖ୍ୟ କଣ୍ଢେଇକୁ ଜୀବନ ଦେଉଥିବା ମାଗୁଣି କୁଅଁର ଆଉ ନାହାନ୍ତି: ୮୯ ବର୍ଷ ବୟସରେ ହେଲା ପରଲୋକ

Odisha Hot News
1 Min Read

କେନ୍ଦୁଝର: ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ନିଜର ପୈତୃକ ବାସଭାବନ କେନ୍ଦୁଝର ଜିଲ୍ଲା ବୈଦରାଜ ସାହିରେ ତାଙ୍କର ଦେହାନ୍ତ ହୋଇଛି।

ମଞ୍ଚରେ ସେ ସବୁବେଳେ ପ୍ରଚ୍ଛଦପଟରେ ରହୁଥିଲେ। ତେଣୁ ତାଙ୍କୁ ଦେଖିବାକୁ ମିଳୁନଥିଲା। ତାଙ୍କ କଣ୍ଠସ୍ୱରରେ କାଠର କଣ୍ଢେଇମାନେ ଜୀବନ୍ତ ହୋଇ ଉଠୁଥିଲେ। ନିଜର କୁଶଳୀ ଆଙ୍ଗୁଠିରେ ସେ କଣ୍ଢେଇ ମାନଙ୍କୁ ନଚାଉଥିଲେ ଓ ସେମାନଙ୍କର ଜୀବନ ପାଲଟିଯାଉଥିଲା। ମାଗୁଣି ମଉସା, ଏକ ନୁହଁ, ସେ ଅନେକ। ଅନେକ ଚରିତ୍ରର ସଂଳାପ ସେ ଏକା କୁହନ୍ତି। ପୂରା ନାଟକର ସୂତ୍ରଧର, ନାୟକ, ନାୟିକା ଓ ଉଦଘୋଷକ, ସେହି ଏକମାତ୍ର ମାଗୁଣି କୁଅଁର। ସବୁ ରସର ସେ ନାୟକ, ତେବେ ହାସ୍ୟ ରସର ସେ ନିପୁଣ ଶିଳ୍ପୀ ଥିଲେ।

କିଛି ଦିନ ତଳେ ମାଗୁଣି ଚରଣ ଖୁବ୍ ଅସୁସ୍ଥ ହୋଇପଡିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସିତ ହେବା ପରେ ସେ ସାମାନ୍ୟ ସୁସ୍ଥ ହୋଇ ଘରକୁ ଫେରିଥିଲେ। ହେଲେ ଆଜି ତାଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିବାବେଳେ ଶେଷ ଦର୍ଶନ ପାଇଁ ତାଙ୍କର ବାସଭବନକୁ ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଛି।

ବର୍ତ୍ତମାନ ମାଗୁଣିଙ୍କ ଶେଷ ଦର୍ଶନ ପାଇଁ ବାସଭବନରେ ସ୍ଥାନୀୟ ଲୋକଙ୍କ ଛୁଅ ଛୁଟୁଛି। ଆଜି ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ। ପ୍ରଶାସନ ପକ୍ଷରୁ ମାଗୁଣିଙ୍କୁ ଗାର୍ଡ ଅଫ ଅନର ଦିଆଯିବ।

Share This Article