ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ପାଇଁ ଆବେଦନ ଶେଷ ତାରିଖ ଜୁନ ୪ 

Odisha Hot News
1 Min Read

ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଏନ.ସି.ଇ.ଆର.ଟି ର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର, ଭୋପାଳ, ଆଜମେର, ମଇଶୁର ଓ ଶିଲଂରେ ୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ ବି.ଏବି.ଇଡି, ବି.ଏସସି. ବି.ଇଡି, ବି.ଇଡି, ଏମ.ଇଡି, ଏମ.ଏସସି.ଇଡି, ଆଦି ଶିକ୍ଷା ଭିତ୍ତିକ ଅଧ୍ୟୟନରେ ନାମଲେଖା ପାଇଁ ଆବେଦନ ଆହ୍ୱାନ କରାଯାଉଛି।

ଏହି ଆବେଦନ ଆଧାରରେ CEE ପରୀକ୍ଷା ଆସନ୍ତା ମାସ ୧୬ ତାରିଖରେ ଅନୁଷ୍ଠିତ ହେବ। ଆବେଦନର ଶେଷତାରିଖ ୦୪.୦୬.୨୦୨୪। ଚଳିତବର୍ଷ CEE ୨୦୨୪ ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ପରୀକ୍ଷା ପରିଚାଳନା କରୁଅଛି। ଅଧିକ ଜାଣିବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀଗଣ www.cee.ncert.gov.in ରେ ଲଗଇନ କରିବା ସହ ହେଲ୍ପଲାଇନ ନମ୍ବର 8280337189/8280337190 ରେ ଯୋଗାଯୋଗ କରିପାରିବେ।

Share This Article