ପ୍ରଶାନ୍ତ ଜଗଦ୍ଦେବ କଟକ ମେଡିକାଲରେ ଭର୍ତ୍ତି, ଚାଲିଛି ଚିକିତ୍ସା

Odisha Hot News
1 Min Read

ଭୁବନେଶ୍ବର: ଖୋର୍ଦ୍ଧା ବିଧାନସଭାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ କଟକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେ ଜେଲରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କ ଓକିଲଙ୍କ ଆବେଦନ ପରେ ତାଙ୍କୁ କଟକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କୁ ମେଡିକାଲର ମେଡିସିନ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ଜଗଦ୍ଦେବ ଭୋଟ ଗ୍ରହଣ ବେଳେ ଗଣ୍ଡଗୋଳ କରିଥିବାର ଅଭିଯୋଗ ନେଇ ତାଙ୍କୁ ଗିରଫ କରାଯାଇଛି। ସେ ବେଗୁନିଆର ଏକ ବୁଥରେ ଭୋଟ ଦେବା ବେଳେ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଛି। ଫଳରେ ପୋଲିସ ତାଙ୍କୁ ଗୋଡାଇ ଗୋଡାଇ ରାସ୍ତାରୁ ଗିରଫ କରିଛି ବୋଲି ଜଣାପଡିଛି। ସେ ନେଇ ସେ ବର୍ତ୍ତମାନ ଖୋର୍ଦ୍ଧା ଜେଲରେ ଅଛନ୍ତି।

Share This Article