ଟାଟୁ ଦୋକାନରେ ପଶି ସଂଘବଦ୍ଧ ଆକ୍ରମଣ: ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ

Odisha Hot News
1 Min Read

ବ୍ରହ୍ମପୁର : ଟାଟୁ ଦୋକାନରେ ପଶି ହଠାତ୍ କିଛି ଯୁବକ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଯାହାଫଳରେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଗୋଷାଣୀ ନୁଆଁ ଗାଁ ଥାନା ଅନ୍ତର୍ଗତ ନୀଳକଣ୍ଠ ନଗର ହାଉସିଂବୋର୍ଡ ସ୍ଥିତ ଏକ ଟାଟୁ ଦୋକାନରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ନାମ ଟୁନା ଦାସ ଏବଂ ତାଙ୍କ ଘର ଟାଉନ ଥାନା ଅନ୍ତର୍ଗତ ଖଲାସୀ ସାହିରେ ବୋଲି ଜଣାପଡିଛି।

ଆକ୍ରମଣକାରୀ ଯୁବକମାନେ ଦୋକାନ ଭିତରେ ଭଙ୍ଗାରୁଜା କରିବା ସହ ଟୁନାଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ସୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟୁନାଙ୍କୁ ଉଦ୍ଧାର କରି ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୁଚନା ଅନୁଯାୟୀ ମୃତ୍ୟୁ ବରଣ କରିଥିବା ଟୁନା ଜଣେ ପୁରୁଣା ଅପରାଧୀ ଓ ତାଙ୍କ ନାଁ ରେ ଆଗରୁ କିଛି ଅପରାଧ ମାମଲା ରହିଛି।

Share This Article