ବୁଥରେ ଇଭିଏମ ଭାଙ୍ଗିବାକୁ ନେଇ ଉତ୍ତେଜନା: ଚିଲିକା ବିଧାୟକଙ୍କ ଉପରେ ବିଜେଡ଼ି ଆଣିଲା ଅଭିଯୋଗ

Odisha Hot News
1 Min Read

ଭୁବନେଶ୍ଵର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ସଙ୍ଗୀନ ଅଭିଯୋଗ। ଏଥର ବୁଥ ଭିତରେ ଇଭିଏମ ଭାଙ୍ଗିଥିବା ଭଳି ଏକ ଗୁରୁତର ଅଭିଯୋଗ ହୋଇଛି। ଯାହାକୁ ନେଇ ବିଜେଡ଼ି ପକ୍ଷରୁ ଘୋର ବିରୋଧ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ଅଭିଯୋଗ ମୁତାବକ, ବୋଲଗଡ଼-ବେଗୁନିଆ ନିର୍ବାଚନମଣ୍ଡଳୀର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ ଭଙ୍ଗାରୁଜା କରିଛନ୍ତି। ଭୋଟିଂ ଚାଲିଥିବା ସମୟରେ ସେ ଇଭିଏମ୍‌ ଭାଙ୍ଗିଛନ୍ତି। ପ୍ରିଜାଇଡିଂ ଓ ପୋଲିଂ ଅଫିସରଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି। ହିଂସାକାଣ୍ଡ ପରେ ଭୁବନେଶ୍ଵର ସାଂସଦ ପ୍ରାର୍ଥୀ ଅପରାଜିତାଙ୍କ ଗାଡ଼ିରେ ବସି ଫେରାର ହୋଇଯାଇଥିଲେ। କିନ୍ତୁ ସଦର ଏସ୍‌ଡିପିଓ ଦିଲ୍ଲୀପ ଦାସ ପହଞ୍ଚି ତାଙ୍କୁ ଅଟକ ରଖିଥିଲେ। ବର୍ତ୍ତମାନ ସେ ବୋଲଗଡ ଥାନାରେ ଅଟକ ରହିଥିବା ଜଣାପଡିଛି।

ସେପଟେ ପ୍ରଶାନ୍ତ ଜଗଦ୍ଦେବଙ୍କ ସମର୍ଥକମାନେ ଏହାକୁ ମିଥ୍ୟା ବୋଲି କହିଛନ୍ତି। ସେ ଏଭଳି ଘଟଣାରେ ସାମିଲ ନଥିଲେ ବରଂ ବିଜେଡ଼ି କର୍ମୀ ବିଧାୟକଙ୍କୁ ଗାଳିଗୁଲଜ କରିବା ସହ ଇଭିଏମ ଭାଙ୍ଗିଥିବା ସମର୍ଥକମାନେ କହିଛନ୍ତି। ସିସିଟିଭି ଯାଞ୍ଚ କରାଯାଇ ଉଚିତ ଦୋଷୀକୁ କଠୋର ଦଣ୍ଡ ଦିଆଯାଉ ବୋଲି ସମର୍ଥକମାନେ ଦାବି କରିଛନ୍ତି। ତେବେ ବିଧାୟକ ବର୍ତ୍ତମାନ ଥାନାରେ ଧାରଣରେ ବସିଥିବା ସମର୍ଥକମାନେ କହିଛନ୍ତି।

Share This Article