ଓଡିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ, ଧାଡିରେ ଛିଡା ହୋଇ ଭୋଟ ଦେଇଛନ୍ତି ନେତା ଓ ଜନତା

Odisha Hot News
1 Min Read

ଭୁବନେଶ୍ବର: ଆଜି ଓଡିଶାର ଛଅଟି ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ସେଗୁଡିକ ହେଲା ପୁରୀ, ଭୁବନେଶ୍ବର, ସମ୍ବଲପୁର, କେଉଁଝର, ଢେଙ୍କାନାଳ ଏବଂ କଟକ ଲୋକସଭା। ଏହି ନିର୍ବାଚନ ମଣ୍ଡଳୀର ୬୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେମାନଙ୍କୁ ଭୋଟରମାନେ ଭୋଟ ଦେଇ ନିର୍ବାଚିତ କରିବେ। ଏଥିପାଇଁ ୧୦,୫୧୫ଟି ମତଦାନ କେନ୍ଦ୍ର ଓ ୩୬ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି।

ଆଜି ସକାଳ ସାତଟାରୁ ମତଦାନ ଆରମ୍ଭ ହୋଇଥିଲା। ସକାଳୁ ସକାଳୁ ଭୋଟରମାନେ ମତଦାନ କେନ୍ଦ୍ରରେ ଧାଡିରେ ଛିଡା ହୋଇ ଅପେକ୍ଷା କରିଥିଲେ। ସେହିପରି ସକାଳୁ ସକାଳୁ ନେତା ତଥା ପ୍ରାର୍ଥୀମାନେ ମତଦାନ କେନ୍ଦ୍ରକୁ ଆସି ମତଦାନ କରିଥିଲେ। କାଁ ଭାଁ ଇଭିଏମ ଅଚଳକୁ ଛାଡି ଦେଲେ ବର୍ତ୍ତମାନ ସୁଦ୍ଧା ସମସ୍ତ ବୁଥରେ ମତଦାନ ଠିକ ଠାକ ଚାଲିଛି।

Share This Article