ଅଟୋରେ ଯାଇ ଭୋଟ ଦେଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ

Odisha Hot News
1 Min Read

ଭୁବନେଶ୍ବର: ଆଜି ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୁବନେଶ୍ବର ଲୋକସଭା ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଫଳରେ ଭିଭିଆଇପି ରହୁଥିବା ଏହି ନିର୍ବାଚନ ମଣ୍ଡଳୀରେ ଗଣମାଧ୍ୟମର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଆଜି ନବୀନ ନିବାସ ନିକଟରେ ଥିବା ୪୪ ନମ୍ବର ବୁଥରେ ଭୋଟ ଦେଇଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।

ତେବେ ସେ ନବୀନ ନିବାସରୁ ଏକ ଅଟୋରେ ବାହାରି ବୁଥକୁ ଯାଇ ଧାଡିରେ ଛିଡା ହୋଇଥିଲେ। ଏହାପରେ ତାଙ୍କ ପାଳି ଆସିବା ପରେ ସେ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ଏହାପରେ ସେ କହିଥିଲେ ଯେ, ସମସ୍ତେ ଆସନ୍ତୁ ଏହି ମହାନ ଗଣତନ୍ତ୍ର ପର୍ବରେ ସାମିଲ ହୋଇ ନିଜର ମତ ସାବ୍ୟସ୍ତ କରନ୍ତୁ ବୋଲି ନିବେଦନ କରିଥିଲେ।ତୃତୀୟ

Share This Article