ହଳଦିଆ ପଦର ଜାତୀୟ ରାଜପଥ ନିକଟରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

Odisha Hot News
0 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ହଳଦିଆ ପଦର ଜାତୀୟ ରାଜପଥ ନିକଟରେ ଥିବା ଏକ ନିର୍ମାଣଧିନ ଘର ନିକଟସ୍ଥ ଲତାବୁଦାରେ ଏକ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଖବର ପାଇ ଘଟଣା ସ୍ଥଳେ ଗୋଷାଣୀନୂଆ ଗାଁ ଥାନା ପୁଲିସ ପହଁଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି।

ଘଟଣାସ୍ଥଳରୁ ଜଣାପଡିଛି ଯେ, ଶବଟି ଦୁଇ ତିନିଦିନ ପୂର୍ବର ଓ ପଚି ଯାଇଥିବାରୁ ତାକୁ ଚିହ୍ନି ହେଉନାହିଁ। ତଥାପି ତାର ବୟସ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

Share This Article