ଅଖିମୁଠି ଅନୁକୂଳ କଲେ ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ

Odisha Hot News
1 Min Read

ଭୁବନେଶ୍ବର: ଆଜି ପବିତ୍ର ଅକ୍ଷୟ ତୃତୀୟା ସାରା ଓଡିଶାରେ ବେଶ ଧୂମଧାମରେ ପାଳନ ହୋଇଛି। ଏହି ଦିନ ଚଷା ପୁଅ ତାହାର ଜମିକାମର ଶୁଭାରମ୍ଭ କରିଥାଏ। ଏହିଦିନ ଚଷାପୁଅ ଜମିରେ ହଳ କରି ଧାନ ବୁଣା ଅନୁକୂଳ କରିଥାଏ। ତେବେ ଏଥର ଅକ୍ଷୟ ତୃତୀୟା ଠିକ ନିର୍ବାଚନ ଋତୁରେ ପଡିଥିବାରୁ ପ୍ରାର୍ଥୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ନିଜ ସମର୍ଥକଙ୍କ ଗହଣରେ ନେତାମାନେ ବିଭିନ୍ନ ସ୍ଥାନରେ ଅଖିମୁଠି ଅନୁକୂଳ କରିଛନ୍ତି।

ଆଜି ଏହି ପବିତ୍ର ଦିବସରେ ପିପିଲିର ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରସାଦ ମହାରଥୀ ନିଜ ସାଥୀଙ୍କ ଗହଣରେ ଏହି ଚଷା କାମର ଶୁଭାରମ୍ଭ କରିଛନ୍ତି। ସେ ଆଜି ସକାଳୁ ପିପିଲି ବ୍ଲକ ଅନ୍ତର୍ଗତ ଦୁର୍ଗାଦାସପୁର ଠାରେ ଭୂମି ପୂଜା ଏବଂ ଅଖିମୁଠି ଅନୁକୂଳ କରିଥିଲେ। ସେଠାରେ ଜମି ଉପରେ ପୂଜାପାଠ କରିବା ପରେ ଧାନବୁଣି ହଳ କରିଥିଲେ। ଏହାକୁ ଦେଖିବା ପାଇଁ ସେଠାରେ ବେଶ ଜନସମାଗମ ହୋଇଥିଲା।

Share This Article