ନାଚୁଣୀରେ ଗୋରୁ ବୋଝେଇ ଗାଡି ଜବତ, ଡ୍ରାଇଭର ହେଲ୍ପର ଫେରାର

Odisha Hot News
1 Min Read

ନାଚୁଣୀ: ଆଜି ସକାଳୁ ଏକ ଗୋରୁ ବୋଝେଇ ଆଇଚର ଗାଡି ଜବତ ହୋଇଛି। ସୂଚନା ମୁତାବକ ଏକ ଗୋରୁ ବୋଝେଇ ଗାଡି ଖୋର୍ଦ୍ଧା ରୁ ଆନ୍ଧ୍ର ଯାଉଥିବାର ଖବର ପାଇ ବଜରଙ୍ଗ ଦଳର କର୍ମକର୍ତ୍ତା ମାନେ ଏହାକୁ ପିଛା କରିଥିଲେ। ତେବେ ନାଚୁଣୀ ଥାନା ନିକଟରେ ଗାଡି ଅଟକାଇବା ବେଳେ ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଛନ୍ତି। ଖବର ପାଇ ନାଚୁଣୀ ପୋଲିସ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।

ତେବେ ବର୍ତ୍ତମାନ ନିର୍ବାଚନ ପାଇଁ ସାରା ରାଜ୍ୟରେ ଚେକିଙ୍ଗ କଡ଼ାକଡି ଜାରି ରହିଥିବା ବେଳେ ଗୋରୁ ବୋଝେଇ ଗାଡିଟି କିପରି ଗୋ ଚାଲାଣ କରିବାରେ ସକ୍ଷମ ହେଲା ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ଏ ନେଇ ପୋଲିସ ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ଜୋର ଧରିଛି।

Share This Article