ବାଲୁଗାଁ ରାମପୁରରେ ରାମନବମୀ ଉତ୍ସବ ଉଦଯାପିତ

Odisha Hot News
1 Min Read

ବାଲୁଗାଁ: ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରୁ ବାଲୁଗାଁ ଏନଏସି ଅନ୍ତର୍ଗତ ରାମପୁରରେ ଦୀର୍ଘ ୨୧ ଦିନ ବ୍ୟାପି ରାମନବମୀ ଉତ୍ସବ ପାଳିତ ହେଉଥିବା ବେଳେ ମଙ୍ଗଳବାର ଅପରାହ୍ଣରେ ଉଦଯାପିତ ହୋଇଯାଇଛି।

ରାମନବମୀ ପ୍ରାରମ୍ଭରୁ ଦୈନନ୍ଦିନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହ ସନ୍ଧ୍ୟାରେ ରାମଚରିତ ମାନସ ପଠନ କରାଯାଉଥିଲା।ଏହିଅବସରରରେ ଅଞ୍ଚଳବାସୀ ନିଷ୍ଠାର ସହ ବ୍ରତ ରଖିଥିବା ବେଳେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା। ଅପରାହ୍ନରେ ଭକ୍ତମାନେ ପୂର୍ଣ୍ଣ କଳସ ଧରି ପ୍ରଭୁ ଶ୍ରୀରାମଙ୍କୁ ବିମାନରେ ଅବତରଣ କରି ବାଜା ରୋଷଣୀରେ ଗ୍ରାମ ପରିକ୍ରମା କରିଥିଲେ।

ଶୁଦ୍ଧ ଓ ସାତ୍ତ୍ଵିକ ଭାବେ ପ୍ରଭୁ ଶ୍ରୀରାମଙ୍କୁ ପୂଜାର୍ଚ୍ଚନା କରି ବ୍ରତ ଉପବାସ ରଖିଥିବା ଶ୍ରଦ୍ଧାଳୁମାନେ ଉଦଯାପନୀ ଦିବସରେ ଠାକୁରଙ୍କ ଆଶିଷ ଲାଭ କରିଥିଲେ।ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ଠାକୁରଙ୍କୁ ଦର୍ଶନ ନିମନ୍ତେ ଗ୍ରାମ୍ୟ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Share This Article