ଓଡିଶାରେ ପ୍ରଚାର ଜମିଲା, ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନଡ୍ଡା

Odisha Hot News
1 Min Read

ଭୁବନେଶ୍ବର: ଆଜି ଦୁଇ ଦିନିଆ ଓଡିଶା ପ୍ରଚାରରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ସେ ବ୍ରହ୍ମପୁର ଓ ନବରଂଗପୁରରେ ପ୍ରଚାର କରିବେ ବୋଲି ଜଣାପଡିଛି। ପୂର୍ବରେ ସେ 6 ତାରିଖରେ ଆସିବେ ବୋଲି କୁହାଯାଇଥିଲା। ତେବେ ସେଥିରେ ପରିବର୍ତ୍ତନ କରାଯାଇ ଆଜି ରାତିରେ ମୋଦୀ ଓଡିଶାରେ ପହଞ୍ଚିବେ।

ଓଡିଶା ବିଜେପି କାର୍ଯ୍ୟାଳୟ ଅନୁସାରେ ପ୍ରଧାନମନ୍ତ୍ରୀ ଆଜି ରାତି 9 ଟା 30 ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଏହାପରେ ପ୍ରଧାନମନ୍ତ୍ରୀ ଓଡିଶା ରାଜଭବନରେ ରାତ୍ରୀ ଯାପନ କରିବେ। ସେ ସୋମବାର ସକାଳୁ ବ୍ରହ୍ମପୁର ଏବଂ ନବରଂଗପୁରରେ ପ୍ରଚାର କରିବାକୁ ଯିବେ।

ଏହାପରେ ପୁଣି ପ୍ରଧାନମନ୍ତ୍ରୀ 10 ଏବଂ 11 ତାରିଖରେ ଓଡିଶା ପ୍ରଚାରରେ ଆସିବେ। 10 ତାରିଖରେ ମୋଦୀ ଭୁବନେଶ୍ବରରେ ଏକ ରୋଡ ସୋ କରିବେ। ଏହାପରେ ସେ ବଲାଙ୍ଗିରରେ ଏକ ଜନସମାବେଶକୁ ଉଦବୋଧନ ଦେବେ ବୋଲି ଜଣାପଡିଛି।

ସେହିପରି ଆଜି ମଧ୍ୟ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଅପରାହ୍ନ ୩ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ । ଅପରାହ୍ନ ୩.୩୦ରେ ଶ୍ରୀ ନଡ୍ଡା “ବିଜେପି ସଂକଳ୍ପ ପତ୍ର”କୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରି ସେ ପ୍ରତ୍ୟାବର୍ତ୍ତନ କରିବେ।

Share This Article