Breaking News: ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ କଣ ଅଛି କାର୍ଯ୍ୟକ୍ରମ

Odisha Hot News
1 Min Read

ଭୁବନେଶ୍ବର: କିଛି ଜଣା ନ ଥିଲା ହଠାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତକାଲି ଓଡିଶା ଆସିବେ ବୋଲି ଜଣାପଡିଛି।ସେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତରେ ସେ ବ୍ରହ୍ମପୁର ଓ ନବରଂଗପୁରରେ ପ୍ରଚାର କରିବେ ବୋଲି ଜଣାପଡିଛି। ପୂର୍ବରେ ସେ 6 ତାରିଖରେ ଆସିବେ ବୋଲି କୁହାଯାଇଥିଲା। ତେବେ ସେଥିରେ ପରିବର୍ତ୍ତନ କରାଯାଇ ଆସନ୍ତାକାଲି ରାତିରେ ମୋଦୀ ଓଡିଶାରେ ପହଞ୍ଚିବେ।

ଓଡିଶା ବିଜେପି କାର୍ଯ୍ୟାଳୟ ଅନୁସାରେ ପ୍ରଧାନମନ୍ତ୍ରୀ ରବିବାର ରାତି 9 ଟା 30 ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ଏକ ରୋଡ ସୋର ଯୋଜନା କରାଯାଉଛି ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ରାତ୍ରୀରେ ଓଡିଶା ରାଜଭବନରେ ରହିବେ। ସେ ସକାଳୁ ବ୍ରହ୍ମପୁର ଏବଂ ନବରଂଗପୁରରେ ପ୍ରଚାର କରିବାକୁ ଯିବେ।

ଏହାପରେ ସେ ପୁଣି 10 ଏବଂ 11 ତାରିଖରେ ଓଡିଶା ପ୍ରଚାରରେ ଆସିବେ। 10 ତାରିଖରେ ମୋଦୀ ଭୁବନେଶ୍ବରରେ ଏକ ରୋଡ ସୋ କରିବେ। ଏହାପରେ ସେ ବଲାଙ୍ଗିରରେ ଏକ ଜନସମାବେଶକୁ ଉଦବୋଧନ ଦେବେ ବୋଲି ଜଣାପଡିଛି। ଏହି ଖବର ଆସିବା ପରେ ଓଡିଶା ବିଜେପି ବେଶ ଚଳଚଞ୍ଚଳ ହୋଇପଡିଛି।

Share This Article